ଚତୁର୍ଥ ତ୍ରୈମାସରେ ଭାରତର ଜିଡିପି ୭.୪%
ମାର୍ଚ୍ଚ ୩୧, ୨୦୨୫ରେ ସମାପ୍ତ ୨୦୨୪-୨୫ ଆର୍ଥକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ଧୀମା ହୋଇଯାଇଛି । ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯.୨ ପ୍ରତିଶତ ଥିଲା । ଗତ ୪ଟି ଆର୍ଥିକ ବର୍ଷରେ ଏହାକୁ ସବୁଠାରୁ ଧୀମା ଜିଡିପି ଅଭିବୃଦ୍ଧି ହାର ।
ତେବେ ଏହି ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ଜିଡିପିରେ ଆଶାଜନକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ୪ର୍ଥ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ ଥିଲା । ସେହିପରି ୩ୟ ତ୍ରୈମାସରେ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା
ଚତୁର୍ଥ ତ୍ରୈମାସରେ ଇଣ୍ଡଷ୍ଟ୍ରିଜ୍ ଗ୍ରୋଥ୍ (YoY)
କୃଷି କ୍ଷେତ୍ରରେ ଅଭିବୃଦ୍ଧି ୫.୪ ପ୍ରତିଶତ
ମାଇନିଂ ସେକ୍ଟରରେ ଅଭିବୃଦ୍ଧି ୨.୫ ପ୍ରତିଶତ
ଉତ୍ପାଦନ ସେକ୍ଟରରେ ବୃଦ୍ଧି ୪.୮ ପ୍ରତିଶତ
ବିନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ୧୦.୮ ପ୍ରତିଶତ
ସର୍ଭିସ୍ ସେକ୍ଟରରେ ଅଭିବୃଦ୍ଧି ୭.୩ ପ୍ରତିଶତ ରହିଛି

ଶେଷ ତ୍ରୈମାସରେ ଦେଶରେ ଆର୍ଥିକ ବିକାଶ ହାରରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ଜାନୁଆରୀ-ମାର୍ଚ୍ଚ ଅର୍ଥାତ୍ ଚତୁର୍ଥ ତୈମାସରେ ଭାରତର ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ ରହିଛି । ଏହି ସଂଖ୍ୟା ଅନୁମାନ କରାଯାଇଥିବା ୬.୮ ପ୍ରତିଶତ ଠାରୁ ଭଲ ରହିଛି । ତେବେ ଆର୍ଥିକ ବର୍ଷ ୨୫ର ତୃତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା । ଚତୁର୍ଥ ତ୍ରୈମାସରେ ଘରୋଇ ଚାହିଦା, ନିବେଶ ଓ କୃଷି ଉତ୍ପାଦନରେ ମଜଭୁତି ଯୋଗୁ ଏହି ବୃଦ୍ଧି ଘଟିଛି ।
ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଦେଶର ନୋମିନାଲ୍ ଜିଡିପି ୯.୮ ପ୍ରତିଶତ ବଢି ୩୩୦.୬୮ ଲକ୍ଷ କୋଟି ଟଙ୍କା ହୋଇଛି । ଅନ୍ୟପଟେ ସ୍ଥିର ମୂଲ୍ୟରେ ବାସ୍ତବିକ ଜିଡିପି ୧୮୭.୯୭ ଲକ୍ଷ କୋଟି ଟଙ୍କା ରହିଛି । କେବଳ ଚତୁର୍ଥ ତ୍ରୈମାସରେ ନୋମିନାଲ୍ ଜିଡିପି ୧୦.୮ ପ୍ରତିଶତ ବଢି ୮୮.୧୮ ଲକ୍ଷ କୋଟି ଟଙ୍କା ହୋଇଛି ।












Click it and Unblock the Notifications