ପୁଣେରେ GBS ଆତଙ୍କ, ୭୩ ଜଣ ଗୁରୁତର
GBS In Pune: ପୁଣେରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (GBS)ର 20 ରୁ ଅଧିକ ମାମଲା ରିପୋର୍ଟ ହୋଇଛି। କରୋନା ପରି ଏହା ଦୃତ ଗତିରେ ବ୍ୟାପିବାରେ ଲାଗିଛି । ଛୋଟ ଛୁଆଠୁ ଆରମ୍ଭ କରି ୮୦ ବର୍ଷୀୟ ବୃଦ୍ଧ ମଧ୍ୟ GBS ରୋଗରେ ଆକ୍ରନ୍ତ ହେଉଛନ୍ତି ।
ଡାକ୍ତରଖାନାରେ ରକ୍ତ, ମଳ, ଲାଳ, ପରିସ୍ରା ଏବଂ ସେରେବ୍ରୋସ୍ପାଇନାଲ ଫ୍ଲୁଇଡ୍ (CSF) ନମୁନା ଦେବା ପାଇଁ ଲୋକଙ୍କ ଭିଡ଼ ଜମିଛି ଏନେଇ ICMR ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ପକ୍ଷରୁ ସୂଚନା ରହିଛି ।
ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ଏକ ବିରଳ ସ୍ନାୟୁଗତ ରୋଗ । ପ୍ରତିବର୍ଷ ସାରା ବିଶ୍ୱରେ ଏହାର ପ୍ରାୟ ଏକ ଲକ୍ଷ ମାମଲା ରିପୋର୍ଟ ହୁଏ ।
GBS ଶରୀରର ସ୍ନାୟୁଗୁଡ଼ିକୁ ଆକ୍ରମଣ କରିଥାଏ । ଫଳରେ ଦୁର୍ବଳ ଅନୁଭବ ହେବା ସହ ରୋଗୀ ବେଳେବେଳେ ପକ୍ଷାଘାତ ଭଳି ଭୟଙ୍କର ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ତେବେ କାହିଁକି ବ୍ୟାପିଥାଏ ସେନେଇ ବର୍ତ୍ତମାନ କୌଣସି ସଠିକ୍ କାରଣ ସ୍ପଷ୍ଟ ହୋଇ ନାହିଁ ।
ଏହି ରୋଗ ହେବାର ପ୍ରାୟ ୬ ସପ୍ତାହ ପୂର୍ବରୁ ଏହାର ଲକ୍ଷଣ ଦେଖାଯାଏ ।

ପ୍ରତିବର୍ଷ ସାରା ବିଶ୍ୱରେ ପ୍ରାୟ ଏକ ଲକ୍ଷ ମାମଲା ରିପୋର୍ଟ ହୁଏ। ପୁଣେରେ ଗୋଟିଏ ସପ୍ତାହ ମଧ୍ୟରେ 20ଟି ମାମଲା ରେକର୍ଡ କରାଯାଇଛି । ଯାହା ଚିନ୍ତାର ବିଷୟ ପାଲଟିଛି । ୨୦୨୩ ମସିହାରେ, ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ୧ ଜୁନ୍ ରୁ ୧୫ ଜୁଲାଇ ମଧ୍ୟରେ ଏହି ରୋଗର ୧୮୦ଟି ମାମଲା ପଞ୍ଜିକୃତ ହୋଇଥିଲା। ଏହାକୁ ମୁକାବିଲା କରିବା ପାଇଁ, ସେଠାକାର ସରକାରଙ୍କୁ 90 ଦିନ ପାଇଁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ପଡିଥିଲା । ତେବେ ପୁଣେରେ ଏକକାଳୀନ ଏତେ ସଂଖ୍ୟକ ମାମଲା ରିପୋର୍ଟ ହେଉଥିବାରୁ ଲୋକମାନେ ଭୟଭୀତ।












Click it and Unblock the Notifications