ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ,ପୁଣେରେ ଶହେରୁ ଅଧିକ ସଂକ୍ରମିତ

ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ । ପୁଣେରେ ପାଖାପାଖି ୧୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ମାରାତ୍ମକ ରୋଗ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୌଣସି ସୂଚନା ମିଳିନଥିବା ବେଳେ ଏହା ପୁଣେରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ବାସ୍ତବରେ ଗୁଇଲେନ-ବାରେ ସିଣ୍ଡ୍ରୋମ କ'ଣ ? ଏହା କେତେ ବିପଦଜନ୍ନକ ଏଂ ଏହାର ଲକ୍ଷଣ ଓ ଚିକିତ୍ସା କ'ଣ ?

ଗୁଇଲେନ-ବାରେ ସିଣ୍ଡ୍ରୋମ କ'ଣ ?

ଗୁଇଲେନ-ବାରେ ସିଣ୍ଡ୍ରୋମ ଏକ ଅଟୋଇମ୍ୟୁନ ନ୍ୟୁରୋଲଜିକାଲ ଡିସଅର୍ଡର ଅଟେ । ଏହି ରୋଗରେ ଆମର ଇମ୍ୟୁନ ସିଷ୍ଟମ ଆମରି ନର୍ଭ ଉପରେ ଆଟାକ କରିଥାଏ । ଯେଉଁ କାରଣରୁ ଆମକୁ ଉଠିବା-ବସିବାରେ ସମସ୍ୟା ଦେଖାଯାଇଥାଏ । ଏମିତିକି ଲୋକଙ୍କୁ ନିଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ବାତ ମାରିବା ମଧ୍ୟ ଏହି ରୋଗର ଲକ୍ଷଣ ଅଟେ ।

gbs

ପ୍ରକୃତରେ ଆମର ନର୍ଭ ସିଷ୍ଟମ ଦୁଇ ଭାଗରେ ବିଭକ୍ତ । ପ୍ରଥମ ଭାଗକୁ ସେଣ୍ଟ୍ରାଲ ନର୍ଭ ସିଷ୍ଟମ କୁହାଯାଇଥାଏ । ଯେଉଁଥିରେ ମେରୁଦଣ୍ଡ ହାଡ ଏବଂ ବ୍ରେନର ପାର୍ଟ ଥାଏ ଏବଂ ଦ୍ବିତୀୟ ଭାଗରେ ପେରିଆେରଲ ନର୍ଭ ସିଷ୍ଟମ ଥାଏ ଯେଉଁଥିରେ ସଂମ୍ପର୍ଣ୍ଣ ଶରୀରର ଅନ୍ୟାନ୍ୟ ନର୍ଭ ସିଷ୍ଟମ ଯୋଡି ହୋଇଥାଏ । ଗୁଇଲେନ-ବାରେ ସିଣ୍ଡ୍ରୋମରେ ଇମ୍ୟୁନ ସିଷ୍ଟମ ନର୍ଭ ସିଷ୍ଟମର ଦ୍ବିତୀୟ ଭାଗ ଅର୍ଥାତ ପେରିଫରଲ ନର୍ଭ ସିଷ୍ଟମ ଉପରେ ଆକ୍ରମଣ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+