ଟିମ୍ ଇଣ୍ତିଆ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ
Gautam Gambhir: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ମଧ୍ୟରେ, ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଏବଂ ପୂର୍ବତନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି। ବୁଧବାର ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଯାହାକୁ ଦେଶର ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ବହୁତ ଗମ୍ଭୀର ବୋଲି ବିବେଚନା କରାଯାଉଛି। ମୁମ୍ବାଇ ପୋଲିସରେ ଅଭିଯୋଗ କରିଛନ୍ତି ଗମ୍ଭୀର ।
ଗୌତମ ଗମ୍ଭୀରଙ୍କୁ 'ISIS କାଶ୍ମୀର' ନାମରେ ହତ୍ୟା ଧମକ ମିଳିଛି। ବୁଧବାର ଦିନ, ସେ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗ କରି ଏହି ମାମଲାରେ ଏକ ଆନୁଷ୍ଠାନିକ FIR ଦାଖଲ କରିଥିଲେ ଏବଂ ତାଙ୍କ ପରିବାରର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି କରିଥିଲେ।

ଆତଙ୍କବାଦ ସଂଗଠନରୁ ଧମକ ମିଳିବା ଖବର ତାଙ୍କ ପରିବାରକୁ ଆତଙ୍କିତ କରିଦେଇଛି। ଏବେ ଦେଖିବାକୁ ବାକି ରହିଲା ଯେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଧମକକୁ କେତେ ଗମ୍ଭୀରତାର ସହ ନେଉଛନ୍ତି ଏବଂ କେଉଁ ସ୍ତରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।












Click it and Unblock the Notifications