ଗୌତମ ଆଦାନୀଙ୍କ ସାନ ପୁଅ ଜିତ କେତେ ସମ୍ପତ୍ତିର ମାଲିକ

Gautam Adani son Jeet Adani net worth: ଭାରତର ସବୁଠାରୁ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଫେବୃଆରୀ ୭ ତାରିଖରେ ଦିବା ଶାହଙ୍କୁ ବିବାହ କରିଛନ୍ତି । ଏହି ହାଇପ୍ରୋଫାଇଲ୍ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହି ବିବାହ ଅତ୍ୟନ୍ତ ସରଳ ଭାବରେ ଅନୁଷ୍ଠିତ ହୋଇଥିଲା ନା କେହି ସେଲିବ୍ରିଟି ଏଥିରେ ନଜର ଆସିଥିଲେ ନାଁ କୌଣସ ହାଇପ୍ରୋଫାଇଲ୍ ସିଙ୍ଗର୍ ।

କୋଟିପତି ଗୌତମ ଆଦାନୀଙ୍କ ପୁଅଙ୍କ ବିବାହରେ ପରିବାର ସଦସ୍ୟ, ବନ୍ଧୁ ଏବଂ କିଛି ଜଣାଶୁଣା ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ବିବାହର ମାତ୍ର ଦୁଇ ଦିନ ପୂର୍ବରୁ ଏହି ଦମ୍ପତି ଭିନ୍ନକ୍ଷମ ମହିଳାଙ୍କୁ ବିବାହ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଦାନ କରି ଚର୍ଚ୍ଚା ରହିଥିଲେ । ଚାଲନ୍ତୁ ଜାଣିବା ଆଦାନୀଙ୍କ ସାନ ପୁଅ ଜିତ ଆଦାନୀଙ୍କ କେତେ ସମ୍ପତ୍ତି ମାଲିକ ।

Gautam Adani

ବିବାହ ପୂର୍ବରୁ ଦିବା ଏବଂ ଜିତ ଏହି ବଡ଼ ସଂକଳ୍ପ ନେଇଛନ୍ତି। ଜିତ ଏବଂ ଦିବା ପ୍ରତିବର୍ଷ ୫୦୦ ବିକଳାଙ୍ଗ ଝିଅଙ୍କ ବିବାହ କରାଇବାର ପ୍ରତିଜ୍ଞା ନେଇଛନ୍ତି । ଗୌତମ ଆଦାନୀ ଏହି ନିଷ୍ପତ୍ତି ଉପରେ ନିଜର ଖୁସି ଏବଂ ଗର୍ବ ପ୍ରକାଶ କରି କହିଛନ୍ତି, ଏହା ବହୁତ ଆନନ୍ଦର କଥା ଯେ ମୋ ପୁଅ ଜିତ ଏବଂ ବୋହୂ ଦିବା ଏକ ପବିତ୍ର ସଂକଳ୍ପ ସହିତ ସେମାନଙ୍କର ବୈବାହିକ ଜୀବନ ଆରମ୍ଭ କରୁଛନ୍ତି।

୧୯୯୭ ମସିହାରେ ଜନ୍ମଗ୍ରହଣ କରିଥିବା ୨୮ ବର୍ଷୀୟ ଜିତ ଆଦାନୀ ଆମେରିକାର ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି। ପାଠପଢ଼ା ସମାପ୍ତ କରିବା ପରେ, ସେ ଆଦାନୀ ଗ୍ରୁପରେ ଯୋଗ ଦେଇଥିଲେ ଏବଂ ବ୍ୟବସାୟ ଦାୟିତ୍ୱ ନେଇଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ଜିତଙ୍କ ମୋଟ ସମ୍ପତ୍ତି ପ୍ରାୟ ୧ ହଜାର କୋଟି ଟଙ୍କା। ସେ ଫଟୋଗ୍ରାଫି ଏବଂ ମୋଟରବାଇକ ରେସିଂରେ ରୁଚି ରଖନ୍ତି । ଜିତ ସବୁବେଳେ ଗଣମାଧ୍ୟମଠାରୁ ଦୂରତା ବଜାୟ ରଖନ୍ତି। ଗୌତମ ଆଦାନୀଙ୍କ ପୁଅ ଜିତ ୨୦୧୯ରେ ଆଦାନୀ ଗ୍ରୁପରେ ଯୋଗ ଦେଇଥିଲେ ଏବଂ ୨୦୨୦ରେ ଆଦାନୀ ଏୟାରପୋର୍ଟ ହୋଲ୍ଡିଂସର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ।

ପରେ ତାଙ୍କୁ ଆଦାନୀ ଡିଜିଟାଲ୍ ଲ୍ୟାବ୍ସର ସଭାପତି ଏବଂ ଆଦାନୀ ଗ୍ରୁପ୍ ଫାଇନାନ୍ସର ଉପାଧ୍ୟକ୍ଷ କରାଯାଇଥିଲା। ଜିତ ଆଦାନୀ ଗ୍ରୁପର ଏହି ପ୍ରକଳ୍ପଗୁଡ଼ିକୁ ଉଚ୍ଚତାରେ ପହଞ୍ଚାଇଥିଲେ। ସାରା ଦେଶରେ ଆଦାନୀ ବିମାନବନ୍ଦର ପରିଚାଳନାକୁ ଆଗକୁ ନେବାରେ ଜିତ ଆଦାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+