ଗୌତମ ଆଦାନୀଙ୍କୁ ଗିରଫ କରାଯାଉ: ରାହୁଲ ଗାନ୍ଧୀ
Gautam Adani: ଭାରତୀୟ ବ୍ୟବସାୟୀ ଗୌତମ ଅଦାନୀଙ୍କ ବିରୋଧରେ ଲାଞ୍ଚ ଓ ଠକେଇ ଅଭିଯୋଗ ଆଣିଛି ଆମେରିକା । କଣ୍ଟ୍ରାକ୍ଟ ହାସଲ ପାଇଁ ସେ ୨୬୫ ମିଲିଅନ୍ ଡଲାରର ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି । ଏପରି ଅଭିଯୋଗ ପରେ ବିରୋଧୀ ଦଳ ସାଂସଦ ରାହୁଲ ଗାନ୍ଧି ଆଦାନୀଙ୍କ ଉପରେ ବର୍ଷିଛନ୍ତି ଏବଂ ତୁରନ୍ତ ତାଙ୍କୁ ଗିରଫ କରାଯାଉ ବୋଲି ସେ କହିଛନ୍ତି ।
ରାହୁଲ ଗାନ୍ଧୀ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି ଆଦାନୀ ମୁକ୍ତ ବୁଲିଛନ୍ତି । ସେ ଆହୁରି କହିଛନ୍ତି, ଆଦାନୀ ଦୀ ୨ ଶହ କୋଟି ଟଙ୍କାର ଦୁର୍ନୀତି କରିବା ସହ ଅନ୍ୟାନ୍ୟ ଦୁର୍ନୀତି ସହ ମଧ୍ୟ ଜଡିତ ଅଛନ୍ତି ହେଲେ ତାଙ୍କୁ ଗିରଫ କରାଯାଉ ନାହିଁ । ଏପରି ଘଟଣା ବାରମ୍ବାର ଘଟୁଛି ।

ଆମେରିକାରେ ଅଦାନୀଙ୍କ ନାଁରେ ଅଭିଯୋଗ ପରେ ଆଜି ଏକ ସାମ୍ବାଦିକ ସମ୍ନିଳନୀ କରି ରାହୁଲ ଗାନ୍ଧୀ କହିଛନ୍ତି, ନରେନ୍ଦ୍ର ମୋଦି ଜୀ ସ୍ଲୋଗାନ ଦେଇଥିଲେ ଯେ ହମ୍ ଏକ ହୈ ତୋ ସେଫ୍ ହୈ। ଏହାର ଅର୍ଥ ଆଦାନୀ ଜୀ ଭାରତରେ ସୁରକ୍ଷିତ ଅଛନ୍ତି। ଭାରତରେ ଆଦାନୀ ଜୀଙ୍କୁ କେହି କିଛି କରିପାରିବେ ନାହିଁ। ଭାରତରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଉଛି। ହେଲେ ୨ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ହେଲେ ତାଙ୍କୁ ଗିରଫ କରାଯାଉ ନାହିଁ । ପ୍ରଧାନମନ୍ତ୍ରୀ ଅଦାନୀଙ୍କୁ ସୁରକ୍ଷା ଦେଉଛନ୍ତି । ସେ ନିଜେ ମଧ୍ୟ ଦୁର୍ନୀତିରେ ଜଡିତ ଅଛନ୍ତି।ଏହି ମାମଲାରେ ଜେପିସି ତଦନ୍ତ କରାଯାଉ ବୋଲି ଦାବି କରୁଛୁ ।












Click it and Unblock the Notifications