ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ, ଜାଣନ୍ତୁ କେତେ କୋଟିର ମାଲିକ
ନୂଆଦିଲ୍ଲୀ: ମୁକେଶ ଅମ୍ବାନିଙ୍କୁ ପଛରେ ପକାଇ ଆଦାନୀ ହେଲେ ଏସିଆର ଶ୍ରେଷ୍ଠ ଧନୀ ବ୍ୟକ୍ତି । ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସର ସୂଚନା ଅନୁସାରେ, ଆଦାନୀଙ୍କ ନେଟୱର୍ଥ ଗୋଟିଏ ଦିନରେ ୭୭୦ କୋଟି ଡଲାର ବୃଦ୍ଧି ପାଇଛି ଏବଂ ଏହାପରେ ଆଦାନୀଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୯୭୬୦ କୋଟି ଡଲାର ହୋଇଛି । ଯାହା ପରେ ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଗ୍ରୁପ୍ ମାଲିକ ଗୌତମ ଆଦାନୀ ଏସିଆର ସବୁଠୁ ଧନୀଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ।
ସେହିପରି ରିଲାଏନ୍ସ ଇଣ୍ଡଷ୍ଚ୍ରିଜ୍ ଲିମିଟେଡର ଚେୟାରମ୍ୟାନ୍ ମୁକେଶ ଅମ୍ବାନି ଆଦାନୀଙ୍କଠୁ ସାମାନ୍ୟ ପଛରେ ପଡିଯାଇଛନ୍ତି । ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସର ରିପୋର୍ଟ ଅନୁସାରେ ଅମ୍ବାନୀଙ୍କ ନେଟୱର୍ଥ ୯୭୦୦ କୋଟି ଡଲାର । ଯାହା ଅଦାନୀଙ୍କ ଠାରୁ କମ୍ ।
ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ଲଗାତାର ବିବାଦରେ ରହିଆସିଛି । ଆଦାନୀ ଗ୍ରୁପ୍ 'ଷ୍ଟକ୍ ପ୍ରାଇସ୍'ରେ ଜାଲିଆତି କରିଥିବା ନେଇ ହିଣ୍ଡେନବର୍ଗ ରିପୋର୍ଟ କରିଥିଲା। ଏହାପରେ ଗତବର୍ଷ ଏକ ସମୟରେ କମ୍ପାନୀ ୧୫,୦୦୦ କୋଟି ଡଲାରରୁ ଅଧିକ କ୍ଷତି ସହିବା ପାଇଁ ପଡିଛିଥିଲା । ହେଲେ ବାଦ ବିବାଦର ପ୍ରଭାବ ବ୍ୟବସାୟ ଉପରେ ପଡି ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଗତକାଲି ଏହି ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦେଇଛନ୍ତି ସୁପ୍ରିମକୋର୍ଟ।

ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ରିପୋର୍ଟ ଅନୁସାରେ, ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ଭାରତୀୟ ବ୍ୟବସାୟୀ ମଧ୍ୟ ୫୦ ଜଣ ଅରବପତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଶାପୁର ମିସ୍ତ୍ରୀ ୩୮ ନମ୍ବରରେ ରହିଛନ୍ତି ତାଙ୍କର ମୋଟ୍ ସମ୍ପତ୍ତି ମୂଲ୍ୟ ୩୪୬୦ କୋଟି ଡଲାର ଏବଂ ଆଇଟି ସେବା ପ୍ରଦାନକାରୀ HCL ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା ଶିବ ନାଦର ୪୫୦୦ କୋଟି ଡଲାର ସମ୍ପତ୍ତି ସହ ୪୫ ନମ୍ବରରେ ସ୍ଥାନରେ ରହିଛନ୍ତି ।












Click it and Unblock the Notifications