Get Updates
Get notified of breaking news, exclusive insights, and must-see stories!

ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଗ୍ୟାସ୍ ଲିକ୍, ଅନେକ ସ୍ଥାନରେ ଲାଗିଛି ନିଆଁ,

ଆନ୍ଧ୍ରପ୍ରଦେଶର କୋନାସୀମା ଜିଲାରେ ଏକ ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍ ହୋଇଛି । ମାଲିକିପୁରମ ମଣ୍ଡଳର ଇରୁସ୍ମାଣ୍ଡା ନିକଟରେ ଏହି ଗ୍ୟାସ ଲିକ୍ ଯୋଗୁଁ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଧୂଆଁରେ ବୁଡ଼ି ରହିଛି । ଅନ୍ୟପଟେ ନିଆଁ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିିଛି । ନିଆଁ ଲାଗିବା ମାତ୍ରେ ଗାଁ ଲୋକେ ଓଏନଜିସି ଅଧିକାରୀଙ୍କୁ ସତର୍କ କରାଇ ଦେଇଥିଲେ। ଏହି ଗ୍ୟାସ ଲିକ୍ ଯୋଗୁଁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଛନ୍ତି । ସତର୍କତା ସ୍ୱରୂପ, ଅଧିକାରୀମାନେ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ଖାଲି କରିଛନ୍ତି ।

ପାଇପଲାଇନରେ ଗ୍ୟାସ ଲିକ୍ ଯୋଗୁଁ ଅଗ୍ନିକାଣ୍ଡରେ ଶହ ଶହ ନଡ଼ିଆ ଗଛ ପୋଡ଼ି ଯାଇଛି । ଅଧିକାରୀଙ୍କଠାରୁ ସୂଚନା ପାଇବା ପରେ ଓଏନଜିସି କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଏକ ଘରୋଇ କମ୍ପାନୀ ୧୦ ଦିନ ପୂର୍ବରୁ ଗ୍ୟାସ ଭଣ୍ଡାର ଉପରେ କାମ ଆରମ୍ଭ କରିଥିଲା।

Gas Leak

ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗ୍ୟାସ ଦୁର୍ଘଟଣା ବିଷୟରେ ଅବଗତ ହୋଇଛନ୍ତି । ସେ ଅଧିକାରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ନିକଟରେ ରହୁଥିବା ବାସିନ୍ଦାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି । ଏହି ସମୟରେ, ଗ୍ୟାସ ଲିକ୍ ହେବା ନେଇ ସତର୍କତା ଅବଲମ୍ବନ କରିବାକୁ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଘୋଷଣା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+