Get Updates
Get notified of breaking news, exclusive insights, and must-see stories!

ଆନ୍ଧ୍ରପ୍ରଦେଶର କେମିକାଲ ପ୍ଲାଣ୍ଟରୁ ଗ୍ୟାସ ଲିକ୍, ୬୮ ଗୁରୁତର

ଆନ୍ଧ୍ର ପ୍ରଦେଶରର ଆନାକାପଲ୍ଲୀ ଜିଲ୍ଲାରେ ଥିବା ଏକ କେମିକାଲ ପ୍ଲାଣ୍ଟାରେ ଅଚାନକ ଗ୍ୟାସ ଲିକ୍ ହେବାରୁ ୬୮ଜଣ କର୍ମଚାରୀ ଗୁରୁତର ହୋଇ ପଡ଼ିଛନ୍ତି । ଅସୁସ୍ଥଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶରର ଆନାକାପଲ୍ଲୀ ଜିଲ୍ଲାରେ ଥିବା ଏକ କେମିକାଲ ପ୍ଲାଣ୍ଟାରେ ଅଚାନକ ଗ୍ୟାସ ଲିକ୍ ହେବାରୁ ୬୮ଜଣ କର୍ମଚାରୀ ଗୁରୁତର ହୋଇ ପଡ଼ିଛନ୍ତି । ଅସୁସ୍ଥଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Andhra Pradesh

ମିଳିଥିବା ଖବର ଅନୁଯାୟୀ, ବିଳମ୍ବିତ ରାତିରେ ବିଶାଖାପାଟଣା ସ୍ପେଶାଲ୍‌ ଇକୋନୋମିକ୍‌ ଜୋନ୍‌ରେ ଥିବା କାରଖାନ୍‌ରେ ଗ୍ୟାସ୍‌ ଲିକ୍‌ ହୋଇଥିବା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଉଦ୍ଧାର କାରୀ ଦଳକୁ ଖବର ଦିଆଯାଇଥିଲା । କିନ୍ତୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କାରଖାନାରେ କାମ୍‌ କରୁଥିବା ପ୍ରାୟ ଏକାଧିକ ମହିଳା ଗୁରୁତର ହୋଇଥିଲେ । କାରଖାନାରୁ ଏହି ବିଷାକ୍ତ ଗ୍ୟାସ୍‌ ଲିକ୍‌ ଲାଗି ୫୦ରୁ ଅଧିକ ମହିଳା ଗୁରୁତର ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ପ୍ରାଥମିକ ରିପୋର୍ଟ ଅନୁସାରେ, ମହିଳା କର୍ମଚାରୀମାନେ ବାନ୍ତି ପରେ ଅଚେତ ହୋଇପଡ଼ିଥିଲେ । ସ୍ଥାନୀୟ ପୋଲିସର କହିବା ଅନୁସାରେ, ବ୍ରାଣ୍ଡିକ୍ସ ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ଏହି ଘଟଣା ଘଟିଥିଲା । ଗ୍ୟାସ ଲିକ୍ ପରେ ଅଳ୍ପ ମହିଳା ଅସୁସ୍ଥ ହୋଇଥିଲେ । ପରେ ଏହି ସଂଖ୍ୟା ବଢ଼ିଥିଲା ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ କେମିକାଲ୍ସ ଟେକନୋଲଜିର ବିଶେଷଜ୍ଞ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ବିଷାକ୍ତ ଗ୍ୟାସ୍‌କୁ ଟେଷ୍ଟିଂ ପାଇଁ ଲ୍ୟାବ୍‌କୁ ପଠାଇଛନ୍ତି। ଏହି ଘଟଣା ପରେ ରାଜ୍ୟ ପ୍ରଦୂଷଣ ବୋର୍ଡ କମ୍ପାନୀକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+