ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ମୁମ୍ବାଇରେ ୬ ଗୁରୁତର

ମୁମ୍ବାଇରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ । ଏହି ବିସ୍ଫୋରଣ ଯୋଗୁଁ ୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ମଲାଡ ଅଞ୍ଚଳରେ ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଛି । ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯:୨୫ରେ ମଲାଡର ମାଲାୱାନି ଅଞ୍ଚଳର ଭାରତ ମାତା ସ୍କୁଲ ନିକଟରେ ବିସ୍ଫୋରଣ ଘଟିଥିଲା ।

blast

ସିଲିଣ୍ଡରରୁ ସନ୍ଦେହଜନକ ଗ୍ୟାସ୍ ଲିକ୍ ହେବା ପରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୬ ଜଣ ଘୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ପୋଲିସ ପହଞ୍ଚି ଅଘଟଣ ପାଇଁ କିଏ ଦାୟୀ ସେନେଇ ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+