ହାଇଦ୍ରାବାଦରେ ଫାଟିଲା ଗ୍ୟାସ ସିଲିଣ୍ଡର, ୧୫ ଆହତ
ହାଇଦ୍ରାବାଦ:ହାଇଦ୍ରାବାଦର ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଗଗନ ପାହାଡ ଅଞ୍ଚଳର କରାଚି ବେକେରୀର ଏକ ବଡ଼ ଧରଣର ଏହି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି ।
ଏଥିରେ ୧୫ ଜଣ ଗରୁରତର ଆହତ ହୋଇଛନ୍ତି । ଆହତଙ୍କୁ ଆପୋଲୋ ଏବଂ ଡ଼ିଆରଡିଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏ ରେଭାଣ୍ଟ ରେଡ୍ଡୀ ଦୁଖ ପ୍ରକାଶ କରିଛନ୍ତି ଏବଂ ଆହତମାନ କିଭଳି ଭଲ ଚିକିତ୍ସା ପାଇବେ ସେ ନେଇ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣାରେ ପୋଲିସ କହିଛି ଯେ ସହର ବାହାରେ ଥିବା ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଗଗନ ପାହାଡ ଅଞ୍ଚଳର କରାଚି ବେକେରୀର ରୋଷେଇ ଘରେ ଏହି ବିସ୍ଫୋରଣ ଘଟିଛି । ୧୫ ଜଣ ଆହତଙ୍କୁ କାଞ୍ଚନବାଗସ୍ଥିତ ଆପୋଲୋ ଏବଂ ଡ଼ିଆରଡ଼ିଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ ଦୁଖ ପ୍ରକାଶ କରିବା ସହ ଆହତମାନଙ୍କୁ ଭଲ ଚିକିତ୍ସା ପାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶର ଶ୍ରମିକ ।












Click it and Unblock the Notifications