ବଜେଟ୍ ପୂର୍ବରୁ କମିଲା LPG ସିଲିଣ୍ତର ମୂଲ୍ୟ
LPG Gas Price: ଆଜି ଦିନ ୧୧ଟାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ହେଲେ ଏହା ପୂର୍ବରୁ ଦେଶବାସୀଙ୍କୁ ମିଳିଛି ଖୁସି ଖବର । ୧୯ କେଜି LPG ସିଲିଣ୍ତର ଦର କମିଛି । ୧୯ କେଜି ଗ୍ୟାସ୍ ସିଲିଣ୍ତର ପିଛା ୭ ଟଙ୍କା କମିଲା । ଦେଶର ରାଜଧାନୀ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ତର ଦର ୧୭୯୭ ଟଙ୍କା ରହିଛି ।
ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ତର ଦର ୧୭୯୭ ଟଙ୍କା
କୋଲକାତା ୧୯ କେଜି ଗ୍ୟାସ ସିଲିଣ୍ତର ଦର ୧୯୦୭ ଟଙ୍କା
ମୁମ୍ବାଇରେ ୧୯ କେଜି ଗ୍ୟାସ ସିଲିଣ୍ତର ଦର ୧୭୪୯ ଟଙ୍କା
ଚେନ୍ନାଇ ୧୯ କେଜି ଗ୍ୟାସ ସିଲିଣ୍ତର ଦର ୧୯୫୯ ଟଙ୍କା

ଏହା ଜଣାଶୁଣା ଯେ ଜାନୁଆରୀ ୧ ତାରିଖରେ ମଧ୍ୟ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଥିଲେ, ଏହାପରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୪.୫୦ ଟଙ୍କା ହ୍ରାସ କରାଯାଇଥିଲା, କିନ୍ତୁ ସେହି ସମୟରେ ମଧ୍ୟ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା।












Click it and Unblock the Notifications