Get Updates
Get notified of breaking news, exclusive insights, and must-see stories!

୨୫ ଲକ୍ଷର ରସୁଣ ଲୁଟିନେଲେ

ଗୟା : ଏବେ ରସୁଣ ବି ଲୁଟେରାଙ୍କ ଟାର୍ଗେଟ୍‌ରେ । ଗୟା ଜିଲ୍ଲାର ଶେରଘାଟୀ ଅଞ୍ଚଳରେ ଲୁଟେରାମାନେ ଏକ ଗୋଦାମରୁ ୨୫ ଲକ୍ଷ ଟଙ୍କାର ରସୁଣ ଲୁଟିନେଇଛନ୍ତି । ଶେରଘାଟୀ ଅନୁମଣ୍ଡଳ ମୁଖ୍ୟାଳୟ ନିକଟସ୍ଥ ଅକୌନା ବସ୍ତିରେ ଗତ ସୋମବାର ସକାଳେ ଏହି ଘଟଣା ଘଟିଥିଲା । ଟ୍ରକ୍‌ରେ ଆସିଥିବା ଲୁଟେରାମାନେ ଜଣେ ବ୍ୟବସାୟୀଙ୍କ ଗୋଦାମରୁ ୨୫ ଲକ୍ଷ ଟଙ୍କାର ରସୁଣ ଓ ଅନ୍ୟ ସାମଗ୍ରୀ ଲୁଟିନେଲେ । ଲୁଟ୍‌ର ଶିକାର ହୋଇଥିବା ବିସ୍ମିଲ୍ଲାହ ଟ୍ରେଡର୍ସ ନାମକ ଫାର୍ମ ଜିଟି ରୋଡ୍‌ରେ ଅବସ୍ଥିତ ।

ଗୋଦାମ ମାଲିକ ଶେଖ ଅବଦୁଲ୍ଲାଙ୍କ ଅନୁଯାୟୀ ପ୍ରାୟ ୧୫ରୁ ୨୦ ଜଣ ସଶସ୍ତ୍ର ଅପରାଧୀ ଏକ ଟ୍ରକରେ ଆସିଥିଲେ। ସେମାନେ ପ୍ରଥମେ ଗୋଦାମରେ ଉପସ୍ଥିତ ଥିବା ତିନିଜଣ କର୍ମଚାରୀଙ୍କୁ ବନ୍ଧକ ବନାଇବା ସହ ମୁଖ୍ୟ ଗେଟ୍ ଖୋଲି ଟ୍ରକକୁ ଗୋଦାମ ଭିତରକୁ ନେଇଯାଇଥିଲେ। ତେବେ ପ୍ରାୟ ଦେଢ ଘଣ୍ଟା ମଧ୍ୟରେ ଡକାୟତ ମାନେ ୧୫୦ ପ୍ୟାକେଟ୍ ରସୁଣ ଏବଂ ପ୍ରାୟ ସମାନ ପରିମାଣର ଅଟା ପ୍ୟାକେଟ୍ ଲୁଟ୍ କରିଥିଲେ। ସେମାନେ ଗଲାବେଳେ ସେଠାରେ ଥିବା ସିସିଟିଭି କ୍ୟାମେରା ଏବଂ ଡିଭିଆର ମଧ୍ୟ ନେଇଯାଇଥିଲେ। ବନ୍ଧକମାନେ କୌଣସି ପ୍ରକାରେ ନିଜକୁ ରକ୍ଷା କରିବା ସହ ଘଟଣା ସମ୍ପର୍କରେ ଗୋଦାମ ମାଲିକଙ୍କୁ ଜଣାଇଥିଲେ।

garlic

ଯାହାପରେ ମାଲିକ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+