ଆମେରିକାରୁ ଗିରଫ ହେଲା ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ବିଷ୍ଣୋଇ

ନୂଆଦିଲ୍ଲୀ: ଆମେରିକା ପୁଲିସ କଷ୍ଟଡିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ |ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବା ମାମଲାରେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଆମେରିକାର କାଲିଫର୍ନିଆରେ ଅନମୋଲଙ୍କୁ ଧରିଛି ପୋଲିସ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସଲମାନ ଖାନଙ୍କ ଘର ସାମ୍ନାରେ ଗୁଳିମାଡ ପରେ ଅନମୋଲ ମୁମ୍ବାଇ ପୋଲିସର ବହୁ ଚର୍ଚ୍ଚିତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା।

ସୂଚନା ଅନୁସାରେ, ଅନମୋଲକୁ ପ୍ରଥମେ ଆଜି କାଲିଫର୍ଣ୍ଣିଆ ପୁଲିସ ଅଟକ ରଖିଥିଲା। ଏହାପରେ ତାକୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ସେ ପୁଲିସ୍‌ ହେପାଜତରେ ଥିବାରୁ ତା'କୁ ଭାରତ ସରକାର ସ୍ୱଦେଶ ଆଣିବା ପାଇଁ ଉଦ୍ୟମ କରିପାରନ୍ତି। ତା' ନାଁରେ ଭାରତରେ ଏକାଧିକ ହାଇପ୍ରୋଫାଇଲ ମାମଲା ରହିଛି। ସେ ଭାରତରୁ ଖସି ଯାଇଥିବାରୁ ତା'କୁ ପଳାତକ ମଧ୍ୟ ଘୋଷଣା କରାଯାଇଛି। ନିକଟରେ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ଘଟଣାରେ ମଧ୍ୟ ଅନମୋଲର ହାତ ରହିଛି। ଗତ ସପ୍ତାହରେ ଅନମୋଲ ଆମେରିକାରେ ଥିବା ଜଣାପଡ଼ିବା ପରେ ମୁମ୍ବାଇ ପୁଲିସ୍‌ କ୍ରାଇମବ୍ରାଞ୍ଚ ତା'କୁ ପ୍ରତ୍ୟର୍ପଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଆମେରିକା ପୁଲିସ୍‌ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା।

Gangster Lawrence Bishnoi s Brother

ଗତ ସପ୍ତାହରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଅନମୋଲ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଅନମୋଲ ବିରୋଧରେ ୧୮ ଟି ମାମଲା ପଞ୍ଜିକୃତ ହୋଇଛି । ୨୦୨୨ ମସିହାରେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଯୋଗାଇ ଥିବା ଅଭିଯୋଗ ହୋଇଛି।

ସଲମାନ ଖାନଙ୍କ ଘର ଉପରେ ହୋଇଥିବା ଆକ୍ରମଣ ଘଟଣାର ଚାର୍ଜସିଟରେ ଅନମୋଲଙ୍କୁ ଅଭିଯୁକ୍ତ ବୋଲି ଚିହ୍ନଟ କରାଯାଇଥିଲା, ଏହା ପରେ ରେଡ କର୍ଣ୍ଣର ନୋଟିସ (ଆରସିଏନ) ଜାରି କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ରେଡ୍ କର୍ଣ୍ଣର ନୋଟିସକୁ ଆଧାର କରି ଆମେରିକୀୟ କର୍ତ୍ତୃପକ୍ଷ କିଛି ମାସ ପୂର୍ବରୁ ଆମ ସହ ଯୋଗାଯୋଗ କରିଥିଲେ ଏବଂ ଆମେରିକାରେ ଅନମୋଲଙ୍କ ଉପସ୍ଥିତି ବିଷୟରେ ଆମକୁ ସତର୍କ କରାଇଥିଲେ। ଅନମୋଲଙ୍କୁ ବର୍ତ୍ତମାନ ଆମେରିକାର କର୍ତ୍ତୃପକ୍ଷ ଅଟକ ରଖିଛନ୍ତି ନା ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟତା ନାହିଁ, କିନ୍ତୁ ସେଠାରେ ତା'ର ଠିକଣା ମିଳିପାରିବ।

ଲରେନ୍ସ ବିଷ୍ଣୋଇ ଗିରଫ ହେବା ପରେ ଅନମୋଲ ପୂରା ଗ୍ୟାଙ୍ଗକୁ ଚଳାଉଥିଲା। ଗତବର୍ଷ ସେ ଭାରତରୁ ଫେରାର ହୋଇଯାଇଥିଲା। ସଲମାନ ଖାନଙ୍କ ଘରେ ବାହାରେ ଗୁଳି ଚଳାଇବା ଓ ୨୦୨୨ରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲଙ୍କ ହତ୍ୟା ମଧ୍ୟ ଅନମୋଲ ନିର୍ଦ୍ଦେଶରେ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+