ସିଦ୍ଧୁ ମୁସୱାଲା ହତ୍ୟା ଘଟଣା: ନିଜକୁ ଦାୟୀ କଲା ଗ୍ୟାଙ୍ଗଷ୍ଟର ଗୋଲ୍ଡି
ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସୱାଲାଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ନିଜକୁ ଦାୟୀ କରିଛି କାନାଡା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ।
ଚଣ୍ଡିଗଡ଼: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସୱାଲାଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ନିଜକୁ ଦାୟୀ କରିଛି କାନାଡା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର । ଏହି ଅପରାଧୀ ଜଣକ ଭାରତରେ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିବା ଜଣାପଡିଛି। ବର୍ତ୍ତମାନ ଗୋଲ୍ଡି କାନାଡ଼ାରେ ରହୁଛି । ଚଳିତ ମାସରେ ହିଁ ଫେରୋଜପୁର କୋର୍ଟ ଗୋଲ୍ଡି ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଥିଲେ ।

ରବିବାର ପଞ୍ଜାବର କଂଗ୍ରେସ ନେତା ତଥା ଲୋକପ୍ରିୟ ଗାୟକ ସିଦ୍ଧୁ ମୁସଓ୍ବାଲାଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା । ଗୋଲ୍ଡି ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଏହି ହତ୍ୟାକାଣ୍ଡରେ ନିଜକୁ ଦାୟୀ କରିଥିଲା । ଏପରି ପୋଷ୍ଟ ପରେ ପୁଣି ଗୋଲ୍ଡିକୁ ନେଇ ଚର୍ଚ୍ଚା ହେଉଛି । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡିର 3 ଜଣ ସହଯୋଗୀଙ୍କୁ ଗତ ମେ 1 ତାରିଖରେ ଆଣ୍ଟି- ଗ୍ୟାଙ୍ଗଷ୍ଟାର ଟାସ୍କ ଫୋର୍ସ ଭଟିଣ୍ଡାରୁ ଗିରଫ କରିଥିଲା ।

ପଞ୍ଜାବ ଡିଜିପି ସିଦ୍ଧୁଙ୍କ ହତ୍ୟାକାଣ୍ଡକୁ ନେଇ କହିବାନୁସାରେ,ସିଦ୍ଧୁ ମୁସୱାଲା ସନ୍ଧ୍ୟା ପ୍ରାୟ 5ଟା ବେଳେ ନିଜ କାରରେ ଯାଉଥିଲେ । କାର ସିଦ୍ଧୁ ନିଜେ ଚଲାଉଥିଲେ । ଆଗରୁ 2ଟି କାରରେ ଆସୁଥିବା କିଛି ଆକ୍ରମଣକାରୀ ତାଙ୍କ ଉପରେ ଗୁଳା ଚାଳନା କରିଥିଲେ । ଫଳରେ ସିଦ୍ଧୁଙ୍କ ମୃତ୍ୟୁ ଘଟିଛି । ଡିଜିପି କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଗୋଷ୍ଠୀ ବିବାଦକୁ ନେଇ ଘଟିଛି । ମିଡୁ ଖେଡା ହତ୍ୟାକାଣ୍ଡରେ ସିଦ୍ଧୁଙ୍କ ପୂର୍ବ ମ୍ୟାନେଜରଙ୍କ ନାଁ ସାମନାକୁ ଆସିଥିଲେ, ଯିଏକି ଏବେ ଅଷ୍ଟ୍ରେଲିଆରେ ରହୁଛନ୍ତି । ଏହାର ଜବାବରେ ଏହି ହତ୍ୟାକାଣ୍ଡକୁ ନେଇ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି ବୋଲି ସେ କହିଛନ୍ତି ।
More From
-
କରୁର ଦଳାଚକଟା; ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ CBI ସମନ୍ -
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା -
TRP ବନ୍ଦ ପାଇଁ ବାର୍କକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର -
ଏବେ ବି ନମ୍ବର-୧ କୋଟିପତି ମୁକେଶ -
ଭକ୍ତଙ୍କ ପାଇଁ ବଡ ଖବର; ଏପ୍ରିଲ ୨୨ ରୁ ଖୋଲିବ କେଦାରନାଥ ଦ୍ୱାର -
ଯୁଦ୍ଧରେ ଫସିଥିବା ୭ ଶହ ଭାରତୀୟଙ୍କୁ ଉଦ୍ଧାର କଲେ କେନ୍ଦ୍ର ସରକାର -
ଆଜି ଗୃହରେ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ପ୍ରସ୍ତାବ -
ଭୂମିକମ୍ପ ଝରକାରେ ଥରିଲା ରାଜଧାନୀ ଦିଲ୍ଲୀ -
ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ -
Adani Total Gas Ltd ସିଏନଜି ଓ ପିଏନଜି ଦର ଅପରିବର୍ତ୍ତିତ, ୱେଷ୍ଟ ଏସିଆ ସଂକଟରେ ଶିଳ୍ପ ଗ୍ରାହକଙ୍କୁ ସପ୍ଲାଇ ସୀମିତ -
ଆନ୍ଧ୍ରପ୍ରଦେଶରେ ୧୩ ବର୍ଷରୁ କମ୍ ବୟଷ୍କ ପିଲାମାନେ ଚଳାଇ ପାରିବେ ନାହିଁ ସୋସିଆଲ ମିଡିଆ -
ଖାଦ୍ୟ ଓ ଆତିଥ୍ୟ ଖେତ୍ରରେ ବଡ଼ ମଞ୍ଚ: AAHAR 2026 - International Food & Hospitality Fair












Click it and Unblock the Notifications