ନିଶା ଦେଇ ନାବାଳିକାଙ୍କୁ ସହପାଠୀଙ୍କ ଦୁଷ୍କର୍ମ, ୮ ନାବଳକ ଅଟକ
ଭୁବନେଶ୍ୱର: ନିଶା ଦେଇ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ । ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ବୈଦ୍ୟନାଥ ପୋଲିସ ନାବାଳିକା ଜଣକଙ୍କର ଡାକ୍ତରୀ ମାଇନା କରାଇବା ସହ ଏହି ଗଣବଳାତ୍କାରରେ ସମ୍ପୃକ୍ତ ଆଠ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ।
ଅନ୍ୟପଟେ ନିର୍ବାଚନ ବେଳେ ଏପରି ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଲୋମହର୍ଷଣକାରୀ ଘଟଣାକୁ ଚାପି ଦେବାକୁ ସବୁଆଡ଼ୁ ଉଦ୍ୟମ କରାଯାଉଛି । ସୂଚନା ଅନୁସାରେ, ବ୍ରହ୍ମପୁରରେ ପଢ଼ୁଥିବା ପୀଡ଼ିତା ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଗତ ଶୁକ୍ରବାର ଦିନ ନିଜ ଘରକୁ ଡାକିଥିଲେ । ଘରେ ତାଙ୍କର ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ ଅନ୍ୟ ସହପାଠୀ ସମସ୍ତେ ଉପସ୍ଥିତ ରହିଥିଲେ । କିଛିସମୟ କଥାବାର୍ତ୍ତା ପରେ ଛାତ୍ରୀଙ୍କୁ ସହପାଠୀ ଜଣକ କିଛି ପିଇବାକୁ ଦେଇଥିଲେ ।

ଛାତ୍ରୀ ଜଣକ ମଧ୍ୟ ତାହା ପିଇ ଦେଇଥିଲେ । ପରେ ଛାତ୍ରୀଙ୍କୁ ନିଶା ହେବା ପରେ ପୁଅ ସହପାଠୀ ଜଣଙ୍କ ଦୁଷ୍କର୍ମ କରିଥିଲେ । ପରେ ନାବାଳକ ନିଜର ୭ ଜଣ ସାଙ୍ଗକୁ ମଧ୍ୟ ଘରକୁ ଡାକିଥିଲେ । ସେମାନେ ମଧ୍ୟ ଛାତ୍ରୀଙ୍କୁ ଦୁଷର୍ମ କରିଥିଲେ । ଛାତ୍ରୀଙ୍କ ଚେତା ଫେରିବା ପରେ ସେ ନିଜ ଘରକୁ ଫେରି ଘଟଣା ସମ୍ପର୍କରେ କହିଥିଲେ ।
ପରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ବୈଦ୍ୟନାଥପୁର ଥାନା ପୋଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇବା ସହ ଏହି ଗଣଦୁଷ୍କର୍ମରେ ସଂପୃକ୍ତ ୮ ଜଣ ସହପାଠୀମାନଙ୍କୁ ଅଟକ ରଖି ତଦନ୍ତ ଜାରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।












Click it and Unblock the Notifications