Get Updates
Get notified of breaking news, exclusive insights, and must-see stories!

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ: କଲେଜ ପରିଚାଳନାକୁ ଏମିତି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ଘଟଣା। ୩ ଅଭିଯୁକ୍ତକୁ ଗିରଫ କଲା ଦୁର୍ଗାପୁର ଥାନା ପୋଲିସ। ସେପଟେ ଛାତ୍ରୀ ଦୁଷ୍କର୍ମ ଘଟଣାରେ ଅନ୍ୟ ୨ ଅଭିଯୁକ୍ତ ଫେରାର୍ ଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଆସିଛି ସୁଧାର ।

gang rape

ସେପଟେ ପଶ୍ଚିମବଙ୍ଗ ଦୁର୍ଗାପୁରରେ ପହଞ୍ଚିଲା ବାଲେଶ୍ବର ପ୍ରଶାସନର ସ୍ବତନ୍ତ୍ର ଟିମ୍ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜଣେ ଡିଏସପିଙ୍କୁ ନେଇ ଗଠିତ ୪ ଜଣିଆ ଟିମ୍ ଡାକ୍ତରଖାନା ଯାଇ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଭେଟିଛନ୍ତି। ଆଇସିୟୁରୁ କ୍ୟାବିନକୁ ସ୍ଥାନାନ୍ତରିତ କରଯାଇଛି । ସାଙ୍ଗରେ ମାଆ ଅଛନ୍ତି । ଝିଅକୁ ବାପା ଆଉ ଏଠାରେ ରଖିବାକୁ ଚାହୁଁ ନ ଥିବା କାନ୍ଦି କାନ୍ଦି କହିଛନ୍ତି ।

ଅନ୍ୟପଟେ ମମତା ବାନାର୍ଜୀ ଏହି ବିଷୟରେ କଲେଜ ପରିଚାଳନାକୁ ପ୍ରଶ୍ନ କରିଛନ୍ତି। ସେ ପଚାରୁଛନ୍ତି ଯେ ଛାତ୍ରୀ ଜଣକ ରାତି ୧୨ଟା୩୦ରେ କିପରି ବାହାରକୁ ବାହାରି ପାରିଲେ। ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, 'ପୀଡିତା ଏକ ଘରୋଇ କଲେଜରେ ପାଠପଢ଼ୁଥିଲେ। ଏହି ଘଟଣା ପାଇଁ କିଏ ଦାୟୀ? ରାତି ୧୨ଟା୩୦ରେ ସେ କିପରି ବାହାରକୁ ଆସିଲେ?'
ମମତା ବାନାର୍ଜୀ କହିଛନ୍ତି, 'ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି। କାହାକୁ ମଧ୍ୟ ଛଡ଼ାଯିବ ନାହିଁ।'

ମମତାଙ୍କ ଅନୁଯାୟୀ, ରାଜ୍ୟ ସରକାରଙ୍କ ଏପରି ଘଟଣା ପାଇଁ ଶୂନ୍ୟ ସହନଶୀଳତା ନୀତି ରହିଛି। ଘରୋଇ କଲେଜଗୁଡ଼ିକୁ ମଧ୍ୟ ସେମାନଙ୍କ କ୍ୟାମ୍ପସ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ପଡିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+