ଗଣେଶ ଚତୁର୍ଥୀ: ପ୍ରସିଦ୍ଧ ଲାଲ ବାଗଚା ରାଜାର ଗଣେଶ ମୂର୍ତ୍ତି ଉନ୍ମୋଚିତ
ଗତ ଦୁଇ ବର୍ଷ ହେବ ମୁମ୍ବାଇରେ ପ୍ରସିଦ୍ଧ ଲାଲ ବାଗଚା ରାଜା ମଣ୍ଡପରେ ଗଣପତିଙ୍କ ପୂଜା ହୋଇନଥିଲା । କୋଭିଡ କଟକଣା ନେଇ ପୂଜା ବନ୍ଦ ରଖାଯାଇଥିଲା । କିନ୍ତୁ ଚଳିତ ବର୍ଷ ବିଘ୍ନ ବିନାଶକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।
ମୁମ୍ବାଇ: ଗତ ଦୁଇ ବର୍ଷ ହେବ ମୁମ୍ବାଇରେ ପ୍ରସିଦ୍ଧ ଲାଲ ବାଗଚା ରାଜା ମଣ୍ଡପରେ ଗଣପତିଙ୍କ ପୂଜା ହୋଇନଥିଲା । କୋଭିଡ କଟକଣା ନେଇ ପୂଜା ବନ୍ଦ ରଖାଯାଇଥିଲା । କିନ୍ତୁ ଚଳିତ ବର୍ଷ ବିଘ୍ନ ବିନାଶକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏଥର କୋଭିଡ କଟକଣା ନଥିବାରୁ ଦର୍ଶକଙ୍କ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି । ଗତକାଲି ସଂଧ୍ୟାରେ ଲାଲବାଗଚା ରାଜା ସାର୍ବଜନିକ ଗଣେଶ ଉତ୍ସବ ମଣ୍ଡଳ ପକ୍ଷରୁ ଏହାକୁ ଉନ୍ମୋଚନ କରାଯାଇଛି ।

ଚଳିତ ବର୍ଷ 14 ଫୁଟ ଉଚ୍ଚତାରେ ଗଣେଶ ପ୍ରତିମୂର୍ତ୍ତି ଲାଲ ବାଗଚା ରାଜା ମଣ୍ଡପରେ ଶୋଭା ପାଉଛନ୍ତି । ଦକ୍ଷିଣ ମୁମ୍ବାଇରେ ପ୍ରସିଦ୍ଧ ଲାଲ ବାଗଚା ପେଣ୍ଡାଲରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥାଏ । ହେଲେ ଦୁଇ ବର୍ଷ ହେଲା ପୂଜା ବନ୍ଦ ଥିଲା। ଏଥର ପୂର୍ବ ବର୍ଷ ଭଳି 11 ଦିନ ପୂଜା ପାଇବେ ଗଣପତି ବାପ୍ପା । ଆସନ୍ତାକାଲି ଠାରୁ ପୂଜା ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂଜାକୁ ନେଇ ପିଲା ଠାରୁ ବୁଢା ସମସ୍ତେ ଉତ୍ସାହିତ ଅଛନ୍ତି । ପେଣ୍ଡାଲରେ ବିଭିନ୍ନ ପ୍ରକାର ସାଜସଜ୍ଜା ଲୋକଙ୍କୁ ବେଶୀ ଆକର୍ଷିତ କରୁଛି ।
#WATCH | Maharashtra: The first look of 'Lalbaugcha Raja' unveiled in Mumbai ahead of #GaneshChaturthi pic.twitter.com/NOn454cIHt
— ANI (@ANI) August 29, 2022
କେବଳ ମହାରାଷ୍ଟ୍ର ନୁହେଁ ଦେଶର କୋଣ ଅନୁକୋଣରେ ଚଳିତ ବର୍ଷ ଗଣେଶ ପୂଜା ଅତି ଧୁମଧାମରେ ହେବ ବୋଲି ଆଶା ରହିଛି । ସମସ୍ତ ସ୍ଥାନରେ ପ୍ରାୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications