Get Updates
Get notified of breaking news, exclusive insights, and must-see stories!

Jharkhand assembly election results: କଳ୍ପନାଙ୍କ ବଡ଼ ବିଜୟ

ମନିଲଣ୍ଡରିଂ ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଜେଏମଏକୁ ଶକ୍ତ ଝଟକା ଲାଗିଥିଲା। ଗିରଫ ଯୋଗୁ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ଲାଗୁଥିଲା ହେମନ୍ତ ସୋରେନଙ୍କ ରାଜନୀତିକ କ୍ୟାରିୟର ଦି ଏଣ୍ଡ ହୋଇଯାଇଛି।

ହେଲେ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନଙ୍କ ଜେଏମଏମ ମେଣ୍ଟ ବଡ଼ ବିଜୟ ହାସଲ କରିବା ଦିଗରେ ଆଗକୁ ବଢ଼ୁଛି। ହେମନ୍ତ ସୋରେନ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇ ପୁଣି ସରକାର ଗଠନ କରିବାକୁ ଯାଉଛନ୍ତି। ଏପଟେ ଝାଡଖଣ୍ଡର ବହୁ ଚର୍ଚ୍ଚିତ ସିଟ୍ ଦଖଲ କରିଛି ଜେଏମଏମ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ସୁମାର ଗୋଣ୍ଡେୟ ବିଧାନସଭା ଆସନରେ ବଡ଼ ବିଜୟ ହାସଲ କରିଛନ୍ତି। ତେବେ କଳ୍ପନାଙ୍କର ବିଜୟ ଆନୁଷ୍ଠାନିକ ଭାବେ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ।

kalpana soren

ତେବେ କଳ୍ପନା ବହୁ ରାଉଣ୍ଡ ଆଗରେ ଅଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ମୁନିୟା ଦେବୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ଆସନ ଜିତିବା ପାଇଁ କଳ୍ପନାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଆରମ୍ଭରୁ କଳ୍ପନା ଏହି ଆସନରେ ହଜାର ଭୋଟରେ ପଛରେ ପଡ଼ିଥିଲେ, କିନ୍ତୁ ଶେଷରେ ସେ ବିଜୟୀ ହୋଇଛନ୍ତି। କଳ୍ପନାଙ୍କୁ ବର୍ତ୍ତମାନ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଗେମ୍ ଚେଞ୍ଜର ଭାବରେ ବିବେଚନା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+