ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲା : ମୃତଦେହ ଚିହ୍ନଟ ପାଇଁ ହେବ ଡିଏନ୍‌ଏ ପରୀକ୍ଷା

ଗୁଜରାଟର ରାଜକୋଟରେ ଥିବା ଟିଆର୍‌ପି ଗେମିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ପିଲାଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟଣା ଏହାର ନିରାପତ୍ତା ମାନକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଉକ୍ତ ମନୋରଞ୍ଜନ କେନ୍ଦ୍ର ଆପତ୍ତି ବିହୀନ ପ୍ରମାଣପତ୍ର (ଏନ୍‌ଓସି) ବିନା ଚାଲୁଥିଲା ଏବଂ ଏହାର ମାତ୍ର ଗୋଟିଏ ପ୍ରସ୍ଥାନ ଦ୍ୱାର ରହିଥିଲା।

Gaming zone fire

ସପ୍ତାହାନ୍ତ ପାଇଁ ଟିଆର୍‌ପି କର୍ତ୍ତୃପକ୍ଷ ଟିକେଟ ଦର ୯୯ ଟଙ୍କାକୁ ହ୍ରାସ କରିଥିବାରୁ ରିହାତିର ସୁଯୋଗ ନେବାକୁ ପ୍ରବଳ ଲୋକଙ୍କ ଗହଳି ହୋଇଥିଲା। ସଟ୍‌ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିଲାବେଳେ ତଦନ୍ତ ପରେ ଏହାର ପ୍ରକୃତ କାଣ ଜଣାପଡ଼ିବ ବୋଲି ଅଧିକାରୀମାନେ କହିଛନ୍ତି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୁଭାଷ ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇ) ଘଟଣାର ତଦନ୍ତ କରିବାକୁ ଥିବାବେଳେ ରବିବାର ଭୋର ସମୟରେ ରାଜକୋଟରେ ସ୍ଥାନୀୟ ପ୍ରଶାସନ ସହ ଉକ୍ତ ଟିମ୍‌ ବୈଠକ କରିଥିଲା।
ମୃତଦେହଗୁଡ଼ିକ ଏଭଳି ପୋଡ଼ିଯାଇଛି ଯେ, ସେଗୁଡ଼ିକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ତେଣୁ ମୃତକଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କ ସମ୍ପର୍କୀୟ ଏବଂ ମୃତଦେହର ଡିଏନ୍‌ଏ ନମୁନା ସଂଗ୍ରହ କରାଯାଉଛି।

ଗେମିଂ ଜୋନ୍‌ର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଗ୍ନିକାଣ୍ଡ ସ୍ଥଳ ପରିଦର୍ଶନ କରିବା ସହ ଆହତମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଯାଇ ସେମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକମାନଙ୍କ ପାଇଁ ଶୋକବ୍ୟକ୍ତ କରିବା ସହ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+