ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲା : ଆକ୍ସନ ମୁଡ଼ରେ ପ୍ରଶାସନ, ୬ ଅଧିକାରୀ ନିଲମ୍ବିତ

ଗୋମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ବଡ କାର୍ଯ୍ୟନୁଷ୍ଠାନ ।ଏହି ମାମଲାରେ ପ୍ରଶାସନ ଏବେ ଆକ୍ସନ ମୁଡ୍‌କୁ ଆସିଛି। ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଗୁଜରାଟ ରାଜକୋଟ୍‌ ଟିଆର୍‌ପି ଗୋମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ବର୍ତ୍ତମାନ ସୁଦ୍ଧା ୩୨ଜଣଙ୍କ ମୃତ୍ୟୁ ହୋଇଛି।

Gaming zone fire

ରାଜକୋଟ ମ୍ୟୁନିସିପାଲ କର୍ପୋରେସନର ଦୁଇଜଣ ଅଧିକାରୀ, ସହକାରୀ ଯନ୍ତ୍ରୀ ଜୟଦୀପ ଚୌଧୁରୀ ଏବଂ ଟାଉନ ପ୍ଲାନର୍ ଗୌତମ ଯୋଶୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ସଡକ ଓ ନିର୍ମାଣ ବିଭାଗର ଦୁଇଜଣ ଅଧିକାରୀ ଅତିରିକ୍ତ ଇଞ୍ଜିନିୟର ପାରସ କୋଠିଆ ଏବଂ ଡେପୁଟି ଇଞ୍ଜିନିୟର ଏମଆର୍‌ ସୁମାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏଥିସହ ପୁଲିସ ବିଭାଗର ଦୁଇଜଣ ଅଧିକାରୀ ଇନ୍ସପେକ୍ଟର ଏନଆର୍‌ ରାଠୋର ଏବଂ ଭିଆର୍‌ ପଟେଲଙ୍କୁ ବିରୋଧରେ ମଧ୍ୟ ଆକ୍ସନ ଗ୍ରହଣ କରାଯାଇଛି।

ଏହାରି ଭିତରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ରାଜକୋଟ୍‌ ଗେମିଂ ଜୋନ୍‌ ଦୁର୍ଘଟଣାସ୍ଥଳଗୁ ଯାଇ ବ୍ୟକ୍ତିଗତ ଭାବେ ଯାଞ୍ଚ କରିଛନ୍ତି। ଏହି ଗୁରୁତର ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ହିଁ ରାଜ୍ୟ ସରକାର ତୁରନ୍ତ ପ୍ରଭାବରେ ୬ଜଣ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ତଦନ୍ତ ପାଇଁ ୫ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍‌ଆଇଟି ଗଠନ କରାଯାଇଛି। ଏସ୍‌ଆଇଟି ପୂରା ମାମଲାର ତଦନ୍ତ କରୁଛି।

ଜେନେରେଟର ପାଇଁ ୧୫୦୦ ରୁ ୨୦୦୦ଲିଟର ଡିଜେଲ ଏବଂ କାର୍ ରେସିଂ ପାଇଁ ୧୦୦୦ ରୁ ୧୫୦୦ ଲିଟର ପେଟ୍ରୋଲ ରାଜକୋଟ୍‌ର ଟିଆରପି ଗେମିଂ ଜୋନ୍‌ରେ ଗଚ୍ଛିତ ଥିଲା। ଏହି କାରଣରୁ ନିଆଁ ଏତେ ବ୍ୟାପିଗଲା ଯେ ସମଗ୍ର ଗେମିଂ ଜୋନ୍‌ ପୋଡି ପାଉଁଶ ହୋଇଥିବା କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+