ସ୍ଥଗିତ ରହିଲା ମିଶନ ଗଗନୟାନ ପରୀକ୍ଷଣ
Gaganyaan: ସ୍ଥଗିତ ରହିଲା ମିଶନ ଗଗନୟାନ ପରୀକ୍ଷଣ । ଉତକ୍ଷେପଣର ୫ ସେକେଣ୍ତ ପୂର୍ବରୁ ଅଟକିଲା ପରୀକ୍ଷଣ । ପରୀକ୍ଷଣ ସ୍ଥଗିତ ନେଇ ଇସ୍ରୋ ଅଧ୍ୟକ୍ଷ ଦେଲେ ସୂଚନା । ବୈଷୟିକ କାରଣରୁ ସ୍ଥଗିତ ରହିଥିବା ନେଇ ସୂଚନା । ଲଞ୍ଚ୍ ଭେହିକିଲ୍ ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ତେବେ ଖୁବ ଶୀଘ୍ର ପରୀକ୍ଷଣ ନେଇ ନୂଆ ତାରିଖ ଘୋଷଣା କରାଯିବା ନେଇ ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ ।

ସୂଚନାଥାଉ ଯେ, ବୈଷୟିକ ସମସ୍ୟା ଯୋଗୁ ପରୀକ୍ଷଣର ୫ ସେକେଣ୍ତ ପୂର୍ବରୁ ପରୀକ୍ଷଣକୁ ସ୍ଥଗିକ ରଖାଯାଇଛି । ତେଣୁ ପରୀକ୍ଷଣ ହେବାକୁ ଥିବା ଟେଷ୍ଟ ଭେଇକିଲ୍ ସୁରକ୍ଷିତ ଅଛି । ବୈଷୟିକ ସମସ୍ୟା ରହିଛି ଯାହା ଜାଞ୍ଚ୍ କରାଯିବ । ଏହାପରେ ପୁଣିଥରେ ଏହାର ପରୀକ୍ଷଣ କରାଯିବା ନେଇ ସୂଚନା ଦେଇଛନ୍ତି ସୋମନାଥ । ବର୍ତ୍ତମାନ ପରବର୍ତ୍ତୀ ସମୟରେ କେବେ ଉଦକ୍ଷେପଣ ହେବା ତାହା ସ୍ଥିର କରାଯାଇ ନାହିଁ ବୋଲି ଇସ୍ରୋ ମୁଖ୍ୟ ସୋମନାଥ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ଲଞ୍ଚ୍ ପ୍ରକ୍ରିୟାରେ କୌଣସି କାରଣ ପାଇଁ ସମସ୍ୟା ସୃଷ୍ଟି ହେବାରୁ ଲଞ୍ଚିଂ ପ୍ରକ୍ରିୟା ରୋହି ଦିଆଯାଇଛି । ଆମେକୁ ମାନୁଆଲ ଭେବେ ଏହି ତ୍ରୁଟି ବିଶ୍ଳେଷଣ କରିବା ପାଇଁ ପଡିବ । ବର୍ତ୍ତମାନ କେଉଁଠି ତ୍ରୁଟି ରହିଲା ଆମ ଟିମ୍ ବିଶ୍ଳେଶଣ କରିବ ଏବଂ ଖୁବ ଶୀଘ୍ର ତାହାକୁ ସଂଶୋଧନ କରାଯିବ ।
ସୂଚନାଥାଉ ଯେ, ପ୍ରାୟ ୩୫ ମିଟରର ଏକ ରକେଟ୍ ସାହାଯ୍ୟରେ ଗଗନଯାନର କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଯାହା ପରେ ତାହାକୁ ବଙ୍ଗୋପସାଗରରେ ଖସାଇବାକୁ ଯୋଜନା କରାଯାଇଥିଲା । ସେହିପରି ମାନବ କ୍ରୁ ମଡ୍ୟୁଲଟି ଶ୍ରୀହରିକୋଟ୍ଟାରୁ ୧୦ କିଲୋମିଟର ଦୂରରେ ସୁରକ୍ଷିତ ଭାବେ ଖସି ସମୁଦ୍ରରେ ଭାସିଥାନ୍ତା ଯାହା ପରେ ଭାରତୀୟ ନୌସେନା ଯବାନ କ୍ରୁ ମଡ୍ୟୁଲଟିକୁ କ୍ରେନ୍ ସହାୟତାରେ ଉଦ୍ଧାର କରି ତଟକୁ ଆଣିବାର ନିଶ୍ଚିତ କରାଯାଇଥିଲା ।












Click it and Unblock the Notifications