ଗଡ଼କରୀଙ୍କ ବଡ଼ ବୟାନ,‘ପୁରୁଣା ପଛକୁ ହଟନ୍ତୁ, ଆଗାମୀ ପିଢିକୁ ଦାୟିତ୍ବ ଦିଅନ୍ତୁ’
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ବୟାନ। 'ଯେତେବେଳେ ସବୁକିଛି ସୁଚାରୁ ରୂପେ ପରିଚାଳିତ ହେବ ପୁରୁଣା ପିଢି ଅବସର ନେଇ ନୂଆ ପିଢିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ଉଚିତ୍। ସେମାନେ ନୂଆ ପିଢ଼ିଙ୍କୁ ଦାୟିତ୍ୱ ଦେବା ସହ ସେମାନଙ୍କ ମାର୍ଗଦର୍ଶନ କରିବା ଆବଶ୍ୟକ ।' ରବିବାର ମହାରାଷ୍ଟ୍ରର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଗଡ଼କରୀ ଏହି ବୟାନ ଦେଇଛନ୍ତି।
ନାଗପୁରରେ ଆଡଭାଣ୍ଟେଜ୍ ବିଦର୍ଭ-ଖାସଦାର ଔଦ୍ୟୋଗିକ ମହୋତ୍ସବ ପୂର୍ବରୁ ଏହାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଡ଼କରୀ କହିଛନ୍ତି ଯେ, ଦେଶ ଏବଂ ସମାଜର ଉନ୍ନତ ଭବିଷ୍ୟତ ଲାଗି ନୂଆ ପିଢ଼ିକୁ ଠିକ୍ ସମୟରେ ବଡ଼ ଦାୟିତ୍ୱ ଦିଆଯିବା କଥା । ବ୍ୟବସ୍ଥା ଠିକ୍ ଭାବେ ଚାଲିଲେ ପୁରୁଣା ପିଢ଼ି ନିଜେ ପଛକୁ ହଟିଯାଇ ଅନ୍ୟ କାମ କରିବା ଉଚିତ୍ । ପିଢ଼ିରେ ପରିବର୍ତ୍ତନ ସ୍ୱାଭାବିକ ଏବଂ ଜରୁରି ବୋଲି ସେ ପ୍ରକାଶ କରିଥିଲେ।

ଆଡଭାଣ୍ଟେଜ୍ ବିଦର୍ଭ-ଖାସଦାର ଔଦ୍ୟୋଗିକ ମହୋତ୍ସବ ଫେବ୍ରୁଆରୀ ୬-୮ ତାରିଖ ଯାଏ ନାଗପୁରରେ ଆୟୋଜିତ ହେବ । ଭାରତର ଔଦ୍ୟୋଗିକ ମାନଚିତ୍ରରେ ବିଦର୍ଭକୁ ଏକ ମଜଭୁତ ଏବଂ ବିକାଶର କେନ୍ଦ୍ର ଭାବେ ସ୍ଥାପିତ କରିବା ଏହାର ଉଦ୍ଦେଶ୍ୟ ବୋଲି ଗଡ଼କରୀ କହିଛନ୍ତି।












Click it and Unblock the Notifications