ଓଡ଼ିଶା ପାଇଁ ବଡ ଘୋଷଣା କଲେ ଗଡକରୀ, ସମ୍ବଲପୁରକୁ ଦେଲେ ଗୁରୁତ୍ବ
ଆଜି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଓଡ଼ିଶା ଗସ୍ତରେ ଥିଲେ । ଓଡ଼ିଶାରେ ପହଞ୍ଚିବା ପରେ ପୁରୀରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେଠାରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ଏକ ସାଧାରଣ ସଭାରେ ନିଜର ଅଭିଭାଷଣ ରଖୁଥିଲେ ।

ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଜି ଜଗନ୍ନାଥଙ୍କୁ ଦର୍ଶନ ବେଳେ ଦେଶକୁ ସୁଖୀ, ସମୃଦ୍ଧ କାମନା କରିଛି। ଓଡ଼ିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ତାକତ। ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ।
ଗଡ଼କରୀ ଆହୁରି କହିଛନ୍ତି, ରାଞ୍ଚିରୁ ସମ୍ବଲପୁର ୪ ଲେନ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ ହେବ। ଭୁବନେଶ୍ୱର ରିଂ ରୋଡ କାମ ଅକ୍ଟୋବରରୁ ଆରମ୍ଭ ହେବ। ସେହିପରି ସମ୍ବଲପୁରରେ ୩୫ କିମି ୪ ଲେନ ବିଶିଷ୍ଟ ରିଂ ରୋଡ ହେବ। ଏଥିସହ ଚିଲିକାରେ ସେତୁ ନିର୍ମାଣ ପାଇଁ ବି ଗଡ଼କରୀ ଘୋଷଣା କରିଛନ୍ତି। ଗଡ଼କରୀ କହିଛନ୍ତି, ଡିପିଆର୍ ପ୍ରସ୍ତୁତ ହୋଇଯାଇଛି, ନିର୍ବାଗନ ପରେ କାମ ଆରମ୍ଭ ହେବ।












Click it and Unblock the Notifications