Get Updates
Get notified of breaking news, exclusive insights, and must-see stories!

ସଂସଦୀୟ ବୋର୍ଡରୁ ବାଦ୍ ପଡିଲେ ଗଡକରୀ, ଶିବରାଜ ଚୌହାନ

New Delhi ,BJP , Union Minister Nitin Gadkari ,Madhya Pradesh Chief Minister Shivraj Chouhan ,National News , National News In Odia ,Bjp Top Body,BJP Parliamentary Boardସଂସଦୀୟ ବୋର୍ଡରୁ ବାଦ୍ ପଡିଲେ ଗଡକରୀ, ଶିବରାଜ ଚୌହାନ ,ବିଜ

ନୂଆଦିଲ୍ଲୀ : ବିଜେପିରେ ହେଲା ବଡ଼ ପରବର୍ତ୍ତନ । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦେଇଛି । ତାଙ୍କ ବ୍ୟତୀତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ସଂସଦୀୟ ବୋର୍ଡ଼ରୁ ବାଦ ପଡ଼ିଛନ୍ତି । ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା , ସୁଦ୍ଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୁନୁୱାଲ, କେ ଲକ୍ଷ୍ମଣ ଏବଂ ସତ୍ୟ ନାରାୟଣ ଜାତିଆଙ୍କୁ ନୂଆ ସଦସ୍ୟ ଭାବେ ସାମିଲ କରାଯାଇଛି ।

Nitin Gadkari

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଂସଦୀୟ ବୋର୍ଡ଼ର ପୁନର୍ଗଠନ କରିଛନ୍ତି । ତେବେ ସଂସଦୀୟ ବୋର୍ଡ଼ ହେଉଛି ବିଜେପିର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ବଡି । ଏହା କିଏ ମୁଖ୍ୟମନ୍ତ୍ରୀ ହେବେ ଅବା ରାଜ୍ୟ ଦଳର ମୁଖ୍ୟ ଏବଂ ଦଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ କିଏ ରହିବେ ତାହା ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇଥାଏ । ତେବେ ନୀତିନ ଗଡକରୀଙ୍କୁ ବାଦ ଦିଆଯିବା ତାଙ୍କ ପ୍ରତି ଏକ ବଡ଼ ଝଟକା ବୋଲି ଆଲୋଚନା ହେଉଛି । ତେବେ ନୂଆ ସଂସଦୀୟ ବୋର୍ଡରେ ନରେନ୍ଦ୍ର ମୋଦୀ, ରାଜନାଥ ସିଂହ, ଅମିତ ଶାହା, ବିଏସ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ.ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜାଟିଆ ଏବଂ ବି.ଏଲ୍ ସନ୍ତୋଷଙ୍କ ସମେତ ୧୧ ଜଣ ସଦସ୍ୟ ସାମିଲ ଅଛନ୍ତି ।

ଅନ୍ୟପଟେ ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତିର ମଧ୍ୟ ଘୋଷଣା ହୋଇଛି । ଏଥିରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଓମ ମାଥୁରଙ୍କୁ ନୂତନ କରି ସାମିଲ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+