For Quick Alerts
Turn On Notification  
For Daily Alerts
Oneindia App Download

ସଂସଦୀୟ ବୋର୍ଡରୁ ବାଦ୍ ପଡିଲେ ଗଡକରୀ, ଶିବରାଜ ଚୌହାନ

New Delhi ,BJP , Union Minister Nitin Gadkari ,Madhya Pradesh Chief Minister Shivraj Chouhan ,National News , National News In Odia ,Bjp Top Body,BJP Parliamentary Boardସଂସଦୀୟ ବୋର୍ଡରୁ ବାଦ୍ ପଡିଲେ ଗଡକରୀ, ଶିବରାଜ ଚୌହାନ ,ବିଜ

|

ନୂଆଦିଲ୍ଲୀ : ବିଜେପିରେ ହେଲା ବଡ଼ ପରବର୍ତ୍ତନ । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦେଇଛି । ତାଙ୍କ ବ୍ୟତୀତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ସଂସଦୀୟ ବୋର୍ଡ଼ରୁ ବାଦ ପଡ଼ିଛନ୍ତି । ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା , ସୁଦ୍ଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୁନୁୱାଲ, କେ ଲକ୍ଷ୍ମଣ ଏବଂ ସତ୍ୟ ନାରାୟଣ ଜାତିଆଙ୍କୁ ନୂଆ ସଦସ୍ୟ ଭାବେ ସାମିଲ କରାଯାଇଛି ।

Nitin Gadkari

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଂସଦୀୟ ବୋର୍ଡ଼ର ପୁନର୍ଗଠନ କରିଛନ୍ତି । ତେବେ ସଂସଦୀୟ ବୋର୍ଡ଼ ହେଉଛି ବିଜେପିର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ବଡି । ଏହା କିଏ ମୁଖ୍ୟମନ୍ତ୍ରୀ ହେବେ ଅବା ରାଜ୍ୟ ଦଳର ମୁଖ୍ୟ ଏବଂ ଦଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ କିଏ ରହିବେ ତାହା ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇଥାଏ । ତେବେ ନୀତିନ ଗଡକରୀଙ୍କୁ ବାଦ ଦିଆଯିବା ତାଙ୍କ ପ୍ରତି ଏକ ବଡ଼ ଝଟକା ବୋଲି ଆଲୋଚନା ହେଉଛି । ତେବେ ନୂଆ ସଂସଦୀୟ ବୋର୍ଡରେ ନରେନ୍ଦ୍ର ମୋଦୀ, ରାଜନାଥ ସିଂହ, ଅମିତ ଶାହା, ବିଏସ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ.ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜାଟିଆ ଏବଂ ବି.ଏଲ୍ ସନ୍ତୋଷଙ୍କ ସମେତ ୧୧ ଜଣ ସଦସ୍ୟ ସାମିଲ ଅଛନ୍ତି ।

ଅନ୍ୟପଟେ ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତିର ମଧ୍ୟ ଘୋଷଣା ହୋଇଛି । ଏଥିରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଓମ ମାଥୁରଙ୍କୁ ନୂତନ କରି ସାମିଲ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Major shuffle in BJP's parliament Board in which Devendra Fadnavis and BS Yediyurappa were welcomed and showed way out to Nitin Gadkari and Shivraj Singh Chauhan
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X