ନୂଆ ସଂସଦ ସାଂସଦ ଦେଖିବେ 'ଗଦର-୨', ତିନି ଦିନ ପ୍ରଦର୍ଶିତ ହେବ ସିନେମା
ନୂଆଦିଲ୍ଲୀ: ନୂଆ ସଂସଦ ସାଂସଦ ଦେଖିବେ ସନି ଦେୱଲ ଓ ଅମୀଷା ପଟେଲ ଅଭିନୀତ ଗଦର ୨ । ଅଗଷ୍ଟ ୨୫ରୁ ସଂସଦର ନୂଆ ଭବନରେ ତିନି ଦିନ ପର୍ଯ୍ୟନ୍ତ ଗଦର ୨ର ସ୍କ୍ରିନିଂ କରାଯିବ ।
ଚଳିତ ବର୍ଷ ବଲିଉଡରେ ରିଲିଜ ହୋଇଥିବା ସିନେମା ମଧ୍ୟରୁ ଏହା ଦ୍ୱିତୀୟ ସିନେମା ଜିଏ କି ୪୦୦ କୋଟି ଟଙ୍କା କଲେକସନ କରିବାରେ ସଫଳ ହୋଇଛି । ସିନେମାର କାହାଣୀ ସହ ସିନେମାର ଡାଇଲଗ ଓ ଗୀତ ସହ ସନି ଦେଓଲ ଓ ଅମୀଷା ପଟେଲଙ୍କ ଅଭିନୟକୁ ଦର୍ଶକମାନେ ବେଶ୍ ପ୍ରଶଂସା କରୁଛନ୍ତି ।

ତେବେ ଗଦର ୨ ର ସ୍ପେଶାଲ ସ୍କ୍ରିନିଂ ନୂଆ ସଂସଦ ଭବନରେ ସାଂସଦଙ୍କ ପାଇଁ ଆୟୋଜନ କରାଯିବ । ଏହି ସ୍କ୍ରିନିଂ ଆଜିଠୁ ଆରମ୍ଭ ହୋଇ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଯାହାକୁ ୫୪୩ ଜଣ ସାଂସଦ ଦେଖିବେ । ଫିଲ୍ମ ନିର୍ମାତା କମ୍ପାନୀ ଜି ଷ୍ଟୁଡିଓ ଏନେଇ ସୂଚନା ଦେଇଛନ୍ତି । ଆଜିଠୁ ତିନି ଦିନ ସକାଳ ୧୧ଟାରେ ସ୍କ୍ରିନିଂ କରାଯିବ । କିନ୍ତୁ ଫିଲ୍ମ ସହ ଜଡିତ କୌଣସି କଳାକାର ଏହି ସ୍କ୍ରିନିଂରେ ସାମିଲ ହେବେ ନାହିଁ ।
ଅଗଷ୍ଟ ୧୧ରେ ରିଲିଜ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୪୦୦ କୋଟି ଟଙ୍କା କଲେକ୍ସନ କରିସାରିଲାଣି । ସନି ଦେଓଲ ନିକଟରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ।












Click it and Unblock the Notifications