ଏହି କାରଣରୁ ଭାରତ ଆସିବେ ନାହିଁ ପୁଟିନ୍: ଜି-୨୦ ସମ୍ମିଳନୀରେ ଦେବେ ନାହିଁ ଯୋଗ

G20 Summit: ଭାରତରେ ଆୟୋଜିତ ହେବା ପାଇଁ ଯାଉଥିବା ଜି -20 ଶିଖର ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗଦେବେ ନାହିଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏନେଇ କ୍ରେମଲିନର ପ୍ରବକ୍ତା ଦିମିତ୍ରୀ ପେସକୋବ ସୂଚନା ଦେଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ଆସନ୍ତା ମାସରେ ଅର୍ଥାତ୍ ସେପ୍ଟେମ୍ବରରେ ଅନୁଷ୍ଟିତ ହେବା ପାଇଁ ଯାଉଛି ଜି-୨୦ ସମ୍ମିଳନୀ ।

ଋଷର ରାଷ୍ଟ୍ରପତି ମୁଖପାତ୍ର ଦିମିତ୍ରୀ ପେସକୋବ କହିଛନ୍ତି ଯେ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବରରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଯିବେ ନାହିଁ ବର୍ତ୍ତମାନ ଏକ ସ୍ପେଶାଲ ମିଲିଟାରୀ ଅପରେସନ ଉପରେ ପୁଟିନଙ୍କର ଫୋକସ ରହିଥିବାରୁ ସେ ବ୍ୟସ୍ତ ଅଛନ୍ତି ।

G20 Summit

ସୂଚନାଥାଉ ଯେ, ୟୁକ୍ରେନରେ ଯୁଦ୍ଧ ଅପରାଧରେ ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ୱାରେଣ୍ଟ ଜାରି କରିଛି। ତେବେ ଏହି ଅଭିଯୋଗକୁ କ୍ରେମଲିନ୍ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଅର୍ଥାତ୍ ଯଦି ପୁଟିନ୍ ଦେଶ ବାହାରେ ପାଦ ରଖନ୍ତି ତେବେ ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି ।

ଜି -20 ଶିଖର ସମ୍ମିଳନୀ

ଏହି କାରଣରୁ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ନେତାଙ୍କ ଏକ ବୈଠକରେ ମଧ୍ୟ ବ୍ୟକ୍ତିଗତ ଭାବେ ନୁହେଁ ବରଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ପୁଟିନ୍ କହିଥିଲେ ଯେ, ସଂସ୍କୃତି, ପରମ୍ପରା, ଭାଷା ଏବଂ ଭବିଷ୍ୟତ ପାଇଁ ସଂଗ୍ରାମ କରୁଥିବା ଲୋକଙ୍କୁ ସମର୍ଥନ କରିବାକୁ ଋଷ ନିଷ୍ପତ୍ତି ନେଇଛି ।

ସେହିପରି ୟେବଗେନୀ ପ୍ରିଗୋଜିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯାହା ପରେ ତାଙ୍କ ମୃତ୍ୟୁ ପଛରେ ପୁଟିନଙ୍କ ହାତ ରହିଛି ବୋଲି ଅଭିଯୋଗ ହୋଇଥିଲା ହେଲେ ଏହା ମିଥ୍ୟା ବୋଲି ପେସକୋବ କହିଛନ୍ତି ।

ସୂଚନାଥାଉ ଯେ, ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯୋଗ ଦେବେ । ସେପ୍ଟେମ୍ବର ୭ ରୁ ୧୦ ସେ ଭାରତ ଗସ୍ତରେ ଆସିବେ । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବାଇଡେନ୍ ଅକ୍ଷର ଶକ୍ତିର ପ୍ରସାର, ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ଏବଂ ବିଶ୍ୱ ବ୍ୟାଙ୍କ୍ ସମେତେ ବହୁପାକ୍ଷିକ ବ୍ୟାଙ୍କସମୂହର ସାମର୍ଥ୍ୟ ବୃଦ୍ଧି ଭଳି ପ୍ରସଙ୍ଗରେ ଆଲୋଚନା କରିବା ନେଇ ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୯ ରୁ ୧୦ରେ ନୂଆଦିଲ୍ଲୀରେ ଜି-20 ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହେବ ଯେଉଁଥି ପାଇଁ ୮, ୯, ଏବଂ ୧୦ ତାରିଖ ଦିନ ଜାତୀୟ ରାଜଧାନୀ ଅଞ୍ଚଳର ସମସ୍ତ ସ୍କୁଲ ଓ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାଳୟ ଓ ମହାନଗର ନିଗମ ବନ୍ଦ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+