ସରିଲା G20 ଶିଖର ସମ୍ମିଳନୀ, ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରି ଦିଲ୍ଲୀ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ G20 ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର କାନାଡା ପ୍ରତିପକ୍ଷ ମାର୍କ କାର୍ନି, ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚି, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା ଏବଂ ତାଙ୍କର ବ୍ରିଟିଶ ପ୍ରତିପକ୍ଷ କାଇର ଷ୍ଟାରମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସୟୋ ଲୁଲା ଡା ସିଲଭା ଏବଂ ଅନ୍ୟାନ୍ୟ ବିଶ୍ୱ ନେତାଙ୍କୁ ଭେଟିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଜହାନ୍ସବର୍ଗରେ ଏକ ସଫଳ G20 ସମ୍ମିଳନୀ ଏକ ସମୃଦ୍ଧ ଏବଂ ସ୍ଥାୟୀ ଗ୍ରହ ନିର୍ମାଣରେ ଯୋଗଦାନ ଦେବ। ବିଶ୍ୱ ନେତାମାନଙ୍କ ସହ ମୋର ବୈଠକ ଏବଂ ଆଲୋଚନା ବହୁତ ଫଳପ୍ରଦ ଥିଲା ଏବଂ ବିଭିନ୍ନ ଦେଶ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ।" ସେ କହିଛନ୍ତି, "ମୁଁ ଦକ୍ଷିଣ ଆଫ୍ରିକାର ମହାନ ଜନତା, ରାଷ୍ଟ୍ରପତି ସିରିଲ୍ ରାମାଫୋସା ଏବଂ ଦକ୍ଷିଣ ଆଫ୍ରିକା ସରକାରଙ୍କୁ ଏହି ସମ୍ମିଳନୀ ଆୟୋଜନ ପାଇଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି।"
G20 ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ସଂସ୍କାର ପାଇଁ ଦୃଢ଼ ସମର୍ଥନ କରିଥିଲେ। ସେ କହିଛନ୍ତି ଯେ ଭାରତ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା (IBSA)ର ତ୍ରିପାକ୍ଷିକ ମଞ୍ଚ ଏକ ସ୍ପଷ୍ଟ ବାର୍ତ୍ତା ଦେବା ଉଚିତ ଯେ ବିଶ୍ୱ ସଂଗଠନରେ ପରିବର୍ତ୍ତନ ଆଉ ଏକ ବିକଳ୍ପ ନୁହେଁ, ବରଂ ଏକ ଜରୁରୀ।












Click it and Unblock the Notifications