ଆସନ୍ତାକାଲି ୪ ଦିନିଆ ଭାରତ ଗସ୍ତରେ ଆସିବେ ବାଇଡେନ୍

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ । ବାଇଡେନ୍ ନୂଆଦିଲ୍ଲୀରେ ଅନୁଷ୍ଟିତ ହେବାକୁ ଥିବା ଜି-20 ସମ୍ମିଳନୀରେ ଯୋଗ ଦେବା ପାଇଁ ୪ ଦିନିଆ ଭାରତ ଗସ୍ତରେ ଆସିବା ନେଇ ସୂଚନା ରହିଛି । ତେବେ ଦେଶ ଛାଡିବା ପୂର୍ବରୁ ବାଇଡେନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ବାଇଡେନ ଭାରତ ଆସିବା ନେଇ ସ୍ପଷ୍ଟ ହୋଇଛି ।

g20 meeting


ସୂଚନାଅନୁସାରେ, ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏବଂ ବାଇଡେନ୍ ଦ୍ୱିପକ୍ଷିୟ ବୈଠକ ବସିପାରେ । ବାଇଡେନଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ଜିଲ୍ଲି ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ବାଇଡେନ ମଧ୍ୟ ପଜିଟିଭ୍ ଥିବା ଆଶଙ୍କା କରାଯାଉଥିଲା ହେଲେ କୋଭିଡ୍ ଟେଷ୍ଟ୍ ପରେ ବାଇଡେନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଯାହା ପରେ ସେ ଭାରତ ଆସିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଜାରି କରାଯାଇଛି ।

g20 meeting

ସେହିପରି ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-20 ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି. କିଆଙ୍ଗ ଯୋଗଦେବା ନେଇ ସୂଚନା ରହିଛି । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ସୋମବାର ସେପ୍ଟେମ୍ବର 4ରେ ଏହି ସୂଚନା ଦେଇଥିଲେ । ଜି -20 ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହା 18 ତମ ଜି -20 ଶିଖର ସମ୍ମିଳନୀ । ଲି. କିଆଙ୍ଗ ନୂଆଦିଲ୍ଲୀରେ ଚୀନ୍ ପ୍ରତିନିଧୀ ଦଳର ନେତୃତ୍ୱ ନେବେ।

ସୂଚନାଅନୁସାରେ, ଚଳିତ ମାସ 9 ଏବଂ 10 ତାରିଖରେ ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବା ପାଇଁ ଯାଉଛି ଜି-20 ସମ୍ମିଳନୀ । ଯେଉଁଥି ପାଇଁ ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ । ବିଶ୍ୱର ଅନେକ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଭାରତର ରାଜଧାନୀ ଦିଲ୍ଲୀରେ ପହଞ୍ଚିବେ । ଯେଉଁଥି ପାଇଁ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଛି ସାଜସଜ୍ୱା । ନୂତନ ଭାରତ ମଣ୍ତପରେ ଆୟୋଜିତ ହେବା ପାଇଁ ଯାଉଛି ଜି-୨୦ ଶିଖର ସମ୍ମିଳନୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+