ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ୍ର: ଓଡ଼ିଶାର ଐତିହ୍ୟ ଦେଖିଲା ବିଶ୍ଵ
ସ୍ୱାଗତ ସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ୍ର । କୋଣାର୍କ ଚକ୍ର ଭାରତ ମଣ୍ଡପନରେ ଶୋଭା ପାଉଛି । ଯେଉଁ ଅତିଥି ମାନେ ଯାଉଛନ୍ତି ତାଙ୍କୁ ସେଠାରେ ସ୍ୱାଗତ କରାଯାଇଛି ।
କୋଣାର୍କ ଚକ୍ର ସାମ୍ନାରେ ଛିଡା ହୋଇ ରାଷ୍ଟ୍ରନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଅଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ 'ଜାତୀୟ ସୁରକ୍ଷା ପରାମର୍ଶଦାତା' ଅଜିତ ଡୋଭାଲ୍ ରହିଛନ୍ତି ।
ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର ।
ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହା ନିର୍ମିତ ହୋଇଥିଲା । ରାଜା ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ନିର୍ମିତ ହୋଇଥିଲା ଏହି ଚକ୍ର । ୨୪ ବାଇ ଥିବା ଏହି ଚକ ଭାରତର ଜାତୀୟ ପତାକାରେ ମଧ୍ୟ ସାମିଲ କରାଯାଇଛି । ଯାହାକି ଭାରତର ସଭ୍ୟତା ଏବଂ ସ୍ଥାପତ୍ୟ ଉତ୍କର୍ଷର ପ୍ରତୀକ।

ଏହି ସମ୍ମିଳନୀରେ ଅର୍ଥନୈତିକ, ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ସୁରକ୍ଷା ପସଙ୍ଗକୁ ଭାରତ ମୁଖ୍ୟ ପ୍ରସଙ୍ଗ କରିବ । ଏଥିସହ ବିକାଶଶୀଳ ଦେଶମାନଙ୍କୁ କିପରି ସହଜରେ ଋଣ ମିଳିପାରିବ, ଆନ୍ତର୍ଜାତିକ ଋଣ ବ୍ୟବସ୍ଥାରେ କିପରି ସୁଧାର ଅଣାଯାଇାରିବ ଓ କ୍ରିପ୍ଟୋକରେନ୍ସି ନିୟମ ଉପରେ ବି ବିସ୍ତୃତ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।
ଜି-୨୦ ନେତାମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ଏକ ନୈଶଭୋଜିର ଆୟୋଜନ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦୁଇ ଦିନ ମଧ୍ୟରେ ବ୍ରିଟେନ, ଜାପାନ ଏବଂ ଇଟାଲୀ ସହ ଜି-୨୦ ନେତାଙ୍କ ସହ ୧୫ଟି ଦ୍ୱିପାକ୍ଷିକ ବୈଠକ କରିବେ ।
ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ କୋଣାର୍କ ଚକ୍ର ବିଷୟରେ ବୁଝାଇଲେ ମୋଦି । କୋଣାର୍କ ଚକ୍ର ବିଷୟରେ ଆମେରିକା ରାଷ୍ଟ୍ରପତିଙ୍କୁ ବୁଝାଇଲେ ମୋଦି । ସ୍ୱାଗତ ସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ୍ର ।
ମୋଦୀ ସ୍ଵାଗତ ସ୍ଥଳରେ ଥିବା ବେଳେ ବାଇଡେନଙ୍କୁ ସ୍ଵାଗତ କରିଥିଲେ । ସ୍ୱାଗତ କଲା ପରେ ପଛରେ ଥିବା କୋଣାର୍କ ଚକ୍ର ଆଡ଼କୁ ଦୁହେଁ ବୁଲିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏ ନେଇ ବୁଝାଇଥିଲେ । ଆଉ ତାପରେ ପୁଣି ଦୁହେଁ ହାତ ମିଳାଇ ଥିଲେ । ଆଉ ଶେଷରେ ସଭସ୍ଥଳୀକୁ ବାଇଡେନ ଚାଲି ଯାଇଥିଲେ । ଏହି ବୈଠକ ବହୁ ଗୁରୁତ୍ବପୂର୍ଣ୍ଣ ।












Click it and Unblock the Notifications