Get Updates
Get notified of breaking news, exclusive insights, and must-see stories!

ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାରତ ଛାଡିଲେ ଜୋ ବାଇଡେନ

ଭାରତ ଛାଡିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ଭାରତ ଛାଡିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ସେ ଦିଲ୍ଲୀରୁ ଭିଏତନାମ ଯିବେ ।

ଆଜି ସକାଳୁ ବାଇଡେନ ପ୍ରଥମେ ରାଜଘାଟ ଯାଉଥିଲେ । ସେଠାରେ ତାଙ୍କୁ ଖଦୀ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ । ଏହା ପରେ ଉଭୟ ମିଶି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଗତକାଲି ସମ୍ମିଳନୀର ପ୍ରଥମ ଦିବସରେ ବାଇଡେନଙ୍କୁ ଭାରତ ମଣ୍ଡପମକୁ ସ୍ୱାଗତ କରିଥିଲେ ବାଇଡେନ । ଏହା ପରେ ସେ ବୈଠକରେ ଯୋଗ ଦେଇଥିଲେ ।

କୋଣାର୍କ ଚକ୍ର ବିଷୟରେ ବାଇଡେନଙ୍କୁ ବୁଝାଇଲେ ମୋଦି । କୋଣାର୍କ ଚକ୍ର ବିଷୟରେ ଆମେରିକା ରାଷ୍ଟ୍ରପତିଙ୍କୁ ବୁଝାଇଲେ ମୋଦି । ସ୍ୱାଗତ ସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ୍ର ।

ମୋଦୀ ସ୍ଵାଗତ ସ୍ଥଳରେ ଥିବା ବେଳେ ବାଇଡେନଙ୍କୁ ସ୍ଵାଗତ କରିଥିଲେ । ସ୍ୱାଗତ କଲା ପରେ ପଛରେ ଥିବା କୋଣାର୍କ ଚକ୍ର ଆଡ଼କୁ ଦୁହେଁ ବୁଲୁଥିଲେ । ଆଉ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏ ନେଇ ବୁଝାଇଥିଲେ । ଆଉ ତାପରେ ପୁଣି ଦୁହେଁ ହାତ ମିଳାଇ ଥିଲେ । ଆଉ ସଭସ୍ଥଳୀକୁ ବାଇଡେନ ଚାଲି ଯାଇଥିଲେ ।

joe_biden_g20

ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ସମ୍ମିଳନୀ ଆୟୋଜିତ କରାଯାଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର ।

ଆଜି ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟ ସୁରକ୍ଷା ପସଙ୍ଗକୁ ଭାରତ ମୁଖ୍ୟ ପ୍ରସଙ୍ଗ କରିବ । ଏଥିସହ ବିକାଶଶୀଳ ଦେଶମାନଙ୍କୁ କିପରି ସହଜରେ ଋଣ ମିଳିପାରିବ, ଆନ୍ତର୍ଜାତିକ ଋଣ ବ୍ୟବସ୍ଥାରେ କିପରି ସୁଧାର ଅଣାଯାଇାରିବ ଓ କ୍ରିପ୍ଟୋକରେନ୍ସି ନିୟମ ଉପରେ ବି ବିସ୍ତୃତ ଚର୍ଚ୍ଚା ହେବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରୁଷି ଶୁନକ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ପିପୁଲ୍ସ ରିପବ୍ଲିକ ଅଫ୍ ଚୀନ୍ ପ୍ରିମିୟର୍ ଲି କିଆଙ୍ଗ, ଋଷିଆର ଵୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଏବଂ ଅନ୍ୟାନ୍ୟ ରାଜ୍ୟ ତଥା ସରକାରୀ ତଥା ମୁଖ୍ୟମାନେ ଅଛନ୍ତି ଦିଲ୍ଲୀର ରାଜଘାଟରେ ଥିବା ଆନ୍ତର୍ଜାତୀୟ ସଂଗଠନଗୁଡ଼ିକର ମୁଖ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+