ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଶେଷ ଦିନ : ରାଜଘାଟ ଯାଇ ଗାନ୍ଧୀଜିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ରାଷ୍ଟ୍ର ନେତା
ଆଜି ଜି -୨୦ ସମ୍ମିଳନୀର ଦ୍ବିତୀୟ ଦିନ । ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ବୈଠକ । ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବୈଠକ ନେଇ ଆଲୋଚନା ହେବ ।
ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ପହଞ୍ଚିବେ । ଗସ୍ତ ପୂର୍ବରୁ ମନ୍ଦିର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଆଉ କିଛି ସମୟ ପରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା । ଭାରତ ମଣ୍ଡପମରେ ଦିନ ସାଢେ ୧୦ ଟାରେ ହେବ ତୃତୀୟ ବୈଠକ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମଳିନୀର ପ୍ରଥମ ଦିନରେ ଭାରତର କୂଟନୈତିକ ବିଜୟ ହୋଇଛି । ନୂଆଦିଲ୍ଲୀର ଘୋଷଣାପତ୍ରକୁ ୧୦୦ ପ୍ରତିଶତ ମଞ୍ଜୁରୀ ମିଳିଛି ।
ନେମ ପ୍ଲେଟରେ ପୁଣି ଇଣ୍ଡିଆ ସ୍ଥାନରେ ଭାରତ ଲେଖା ହୋଇଛି । ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମିଳିଛି । ନିଜକୁ ଇଣ୍ଡିଆ ନୁହେଁ ଭାରତର ପ୍ରଧାନମନ୍ତ୍ରୀ ରୁପରେ ପରିଚିତ କରାଇଛନ୍ତି ମୋଦୀ । ଏହା ସହ ଓଡ଼ିଶାର ଇତିହାସ, କଳା, ସ୍ଥାପତ୍ୟ କୋଣାର୍କ ଚକ୍ରକୁ ଦେଖିଛି ସାରା ବିଶ୍ଵ । ସ୍ୱାଗତ ସ୍ଥଳରେ କୋଣାର୍କ ଚକ୍ର ରହିଥିଲା ।
ଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କୋଭିଡ -19 ପରେ ବିଶ୍ୱରେ ବିଶ୍ୱାସର ସଂକଟ ଦେଖା ଦେଇଛି । ବିଶ୍ୱାସର ଏହି ସଙ୍କଟକୁ ଦୂର କରାଯାଇ ପାରିବ । ଏବେ ସମସ୍ତଙ୍କୁ ଏକାଠି ନେଇ ଚାଲିବାର ସମୟ । ସମସ୍ତଙ୍କ ସମର୍ଥନ, ସମସ୍ତଙ୍କ ବିକାଶ, ସମସ୍ତଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ହୋଇପାରିବ । ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥ ପ୍ରଦର୍ଶକ ।
ସମ୍ବୋଧନରେ ମରକ୍ସୋର କଥା କହିଲେ ମୋଦି । ଭୂକମ୍ପ କ୍ଷତିଗ୍ରସ୍ତ ମରକ୍ସୋ ସହ ପୂରା ବିଶ୍ୱ ଅଛି । ମରକ୍କୋକୁ ଭାରତ ସହଯୋଗ ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ଅଛି ।
ଭାରତ ମଧ୍ୟ ପୂର୍ବ ୟୁରୋପ କନେକ୍ଟିଭିଟି କରିଡର ଖୁବ ଶୀଘ୍ର ଆରମ୍ଭ ହେବ । ଭାରତ, ୟୁଏଇ, ସାଉଦି ଆରବ, ଇୟୁ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ଏବଂ ଆମେରିକା ସହିତ ଜଡିତ ସଂଯୋଗ ଏବଂ ଭିତ୍ତିଭୂମି ଉପରେ ସହଯୋଗ ଉପରେ ଏହା ଏକ ପଦକ୍ଷେପ ହେବ ।
ନୂଆଦିଲ୍ଲୀ ଜି -20 ନେତାଙ୍କ ସମ୍ମିଳନୀ ଘୋଷଣା ଉପରେ ସହମତି ପ୍ରକାଶ କରି ପୂର୍ବତନ କୂଟନୀତିଜ୍ଞ କେ.ପି ଫାବିଆନ କହିଛନ୍ତି ଯେ ଭାରତ ପାଇଁ ଏହା ଏକ ପ୍ରମୁଖ କୂଟନୈତିକ ବିଜୟ । ଆପଣଙ୍କୁ ଏହାକୁ ବିଶ୍ଳେଷଣାତ୍ମକ ଦୃଷ୍ଟିରେ ଦେଖିବାକୁ ପଡିବ । ଗୋଟିଏ ପଟେ ଭାରତ ସରକାର ନେତୃତ୍ୱକୁ ମଜବୁତ କରିବାକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ, ଗ୍ଲୋବାଲ ସାଉଥ କୂଟନୈତିକ ସ୍ତରରେ ଘରୋଇ ରାଜନୈତିକ ଲାଭ ହାସଲ କରିବାକୁ ଚେଷ୍ଟା କରୁଛି । ଏହା ଭାରତ ପାଇଁ ଭଲ, ଗ୍ଲୋବାଲ ସାଉଥ ପାଇଁ ମଧ୍ୟ ଭଲ ଏବଂ ଏହା ମାନବିକତା ପାଇଁ ମଧ୍ୟ ଭଲ ।
ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, "ଯେତେବେଳେ ଆମେ ଏକ ବର୍ଷ ପୂର୍ବେ ଗ୍ଲୋବାଲ୍ ଇନଫ୍ରାଷ୍ଟ୍ରକଚର ଏବଂ ଇନଭେଷ୍ଟମେଣ୍ଟ ପାଇଁ ପାର୍ଟନରସିପ୍ ଆରମ୍ଭ କରିଥିଲୁ, ସେତେବେଳେ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶମାନଙ୍କରେ ଉନ୍ନତ ଭବିଷ୍ୟତ ପାଇଁ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବାକୁ ଆମେ ପ୍ରତିଶ୍ରୁତି ଦେଇଥିଲୁ । ଏହି ରାଷ୍ଟ୍ରଗୁଡିକ ସହିତ ସମାନ ଭାବରେ ସହଯୋଗ କରିବାକୁସ, ନୂତନ ସୁଯୋଗ ଏବଂ ସମୃଦ୍ଧତା ସୃଷ୍ଟି କରିବା ପାଇଁ ଆଜି ହେଉଛି ଭାରତ ଏବଂ ମଧ୍ୟ ପୂର୍ବ ଏବଂ ୟୁରୋପ ମଧ୍ୟରେ ନୂତନ ଅର୍ଥନୈତିକ କରିଡରର ଶୁଭାରମ୍ଭ । ଏହା ବିଶ୍ୱରେ ସଂଯୋଗକୁ ଦୃଢ କରିବାରେ ଏକ ମାଇଲଖୁଣ୍ଟ । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ବାଇଡେନ ଏବଂ ଅନ୍ୟ ସମସ୍ତଙ୍କୁ, ଉର୍ସୁଲା ଭନ୍ ଡର୍ଲିୟାନ୍ ଏବଂ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ହେଉଛି ଜି -20 ଶିଖର ସମ୍ମିଳନୀର କେନ୍ଦ୍ରବିନ୍ଦୁ ଏବଂ ଅନେକ ଉପାୟରେ ଏହି ସହଭାଗୀତାର କେନ୍ଦ୍ରବିନ୍ଦୁ ଯାହା ଆମେ ଆଜି ଆଲୋଚନା କରୁଛୁ । ସ୍ଥାୟୀ, ସ୍ଥିତି-ସେଟିଂ ଭିତ୍ତିଭୂମି ନିର୍ମାଣ, ଗୁଣାତ୍ମକ ଭିତ୍ତିଭୂମିରେ ବିନିଯୋଗ ଏବଂ ଏକ ଉତ୍ତମ ଭବିଷ୍ୟତ ଗଠନ । ଆଜି ମୁଁ ଆମେରିକା ଏବଂ ଆମର ଅଂଶୀଦାରମାନେ ଏହାକୁ ବାସ୍ତବ ରୂପ ଦେବା ପାଇଁ କାର୍ଯ୍ୟ କରୁଥିବା ପ୍ରମୁଖ ଉପାୟଗୁଡିକୁ ହାଇଲାଇଟ୍ କରିବାକୁ ଚାହୁଁଛି ।
ଆଫ୍ରିକୀୟ ୟୁନିୟନ୍ ଜି-୨୦ର ନୂଆ ସଦସ୍ୟ । ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନ ଆରମ୍ଭ ହେବାପରେ ଜି -୨୦ ର ସ୍ଥାୟୀ ସଦସ୍ୟ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫ୍ରିକୀୟ ୟୁନିଅନର ମୁଖ୍ୟଙ୍କୁ ତାଙ୍କ ଆସନ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଛନ୍ତି । ଆଫ୍ରିକୀୟ ୟୁନିୟମର ସଦସ୍ୟତା ନେଇ ସମସ୍ତଙ୍କ ସହମତି ରହିଛି ।
କୋମୋରୋସ ସଂଘର ସଭାପତି ତଥା ଆଫ୍ରିକୀୟ ୟୁନିଅନର ଚେୟାରମ୍ୟାନ୍ ଆଜାଲି ଆସୋମାନି ଜି -20 ର ସ୍ଥାୟୀ ସଦସ୍ୟ ହେବାପରେ ତାଙ୍କ ଆସନ ଗ୍ରହଣ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କୋଳାଗ୍ରତ କରିଥିଲେ । ଏହା ପରେ ସେ ନିଜ ଆସନ ଗ୍ରହଣ କରିଥିଲେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications