Get Updates
Get notified of breaking news, exclusive insights, and must-see stories!

G20 Summit 2023: ବ୍ରାଜିଲର ରାଷ୍ଟ୍ରପତି କଲେ 'RRR'ର ପ୍ରଶଂସା, ଜାଣନ୍ତୁ କ'ଣ କହିଲେ ରାଜାମୌଲି

G20 Summit: ସାଉଥର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ଫିଲ୍ମ 'ଆରଆରଆର' ପୁଣି ଚର୍ଚ୍ଚାରେ । ବାସ୍ତବରେ ଭାରତରେ ଚାଲିଥିବା ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଏହି ଫିଲ୍ମର ପ୍ରଶଂସା କରି ସେ କହିଛନ୍ତି, ତାଙ୍କୁ ଏହି ଫିଲ୍ମ ଆକର୍ଷିତ କରିଛି । ଯାହା ଉପରେ ବର୍ତ୍ତମାନ ରାଜାମୌଲି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ଜି -20 ସମ୍ମିଳନୀରେ ବ୍ରାଜିଲ ରାଷ୍ଟ୍ରପତି କଲେ 'RRR' ପ୍ରଶଂସା

ଜି -20 ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଫିଲ୍ମ 'RRR' କୁ ପ୍ରଶଂସା କରି କହିଛନ୍ତି ଯେ 'RRR' ଏକ ତିନି ଘଣ୍ଟିଆ ଫିଲ୍ମ। ଯେଉଁଥିରେ ଚମତ୍କାର ନୃତ୍ୟ ସହିତ ଅନେକ ମଜାଳିଆ ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳିଛି ଏହି ଚଳଚ୍ଚିତ୍ରଟି ଭାରତୀୟଙ୍କ ଉପରେ ବ୍ରିଟିଶ ନିୟନ୍ତ୍ରଣକୁକୁ କଥାକୁ ନେଇ ବର୍ଣ୍ଣାନା କରାଯାଇଛି । ଏହି ଚଳଚ୍ଚିତ୍ରଟି ସମଗ୍ର ବିଶ୍ୱରେ ଏକ ବ୍ଲକବଷ୍ଟର ହେବା ଉଚିତ୍ । ତେଣୁ ମୁଁ ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ରର କଳାକାରଙ୍କୁ ଅଭିନନ୍ଦନ ଜଣାଉଛି । ମୋତେ ଏହି ଫିଲ୍ମ ଖୁବ୍ ପସନ୍ଦ ଆସୁଛି ।

RRR

ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ଏସ୍ ରାଜାମୌଲି ବ୍ରାଜିଲର ରାଷ୍ଟ୍ରପତିଙ୍କ ଏହି ବିବୃତି ଉପରେ ପ୍ରତିକ୍ରିୟା ରଖିଛନ୍ତି । ଲୁଇଜଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି, "ସର୍ ଆପଣଙ୍କ ସୁନ୍ଦର ଶଦ୍ଦ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ । ଆମେ ଗର୍ବିତ ଯେ, ଆପଣ ଭାରତୀୟ ସିନେମାର ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଆରଆରଆର ଫିଲ୍ମକୁ ଉପଭୋଗ କରିଛନ୍ତି । ଆମ ଟିମ୍ ବହୁତ ଖୁସି ...​​ଆଶା କରୁଛି ଆପଣ ବହୁତ ଭଲ ସମୟ ଅତିବାହିତ କରୁଥିବେ...

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଫିଲ୍ମ 'RRR'ରେ ଦୁଇଜଣ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ଦେଖିବା ପାଇଁ ମିଳିଥିଲା । ଏହି ଫିଲ୍ମରେ ରାମ ଚରଣ ଏବଂ Jr. NTR ଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଯେଉଁଥିରେ ସେ ବ୍ରିଟିଶ ଶାସନ ବିରୋଧରେ ଲଢୁଥିବାର ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+