G20 Summit 2023 In Delhi: ଜି -20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ଭାରତ ଆସୁଛନ୍ତି ଏହି ନେତା
G20 Summit 2023 Leaders List: ଦିଲ୍ଲୀର ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପମ୍ ସମ୍ମିଳନୀ କେନ୍ଦ୍ରରେ ସେପ୍ଟେମ୍ବର 9 ଏବଂ 10ରେ ଆୟୋଜିତ ହେବାକୁ ଯାଉଛି ଜି -20 ଶିଖର ସମ୍ମିଳନୀ । ଯେଉଁଥି ପାଇଁ ରାଜଧାନୀ ପ୍ରସ୍ତୁତ । ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ. ବିଡେନଙ୍କ ସମେତ ଅନେକ ଦେଶର ମୁଖ୍ୟ ଯୋଗଦେବାକୁ ଯାଉଛନ୍ତି। ଆଜି ଜୋ. ବିଡେନ ଆମେରିକାରୁ ଦିଲ୍ଲୀ ଆସୁଛନ୍ତି । କେବେଳ ବାଇଡେନ୍ ନୁହଁନ୍ତି ଋଷି ସୁନକଙ୍କ ପରି ନେତା ଆଜି ଭାରତ ଆସୁଛନ୍ତି ।
ହ୍ୱାଇଟ ହାଉସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆମେରିକାର ରାଷ୍ଟ୍ରପତି ଜୋ. ବିଇଡେନ ଜି -20 ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ ସମୟରେ କୋଭିଡ -19 ନିର୍ଦ୍ଦେଶାବଳୀ ପାଳନ କରିବେ। ବାସ୍ତବରେ, 72 ବର୍ଷିୟ ପ୍ରଥମ ଲେଡି ଜିଲ୍ ବାଇଡେନ କରୋନା ପଜିଟଭ୍ ବାହାରି ଥିବା ନେଇ ସୂଚନା ରହିଛି । ଏହା ପରେ ଜୋ. ବାଇଡେନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ହେଲେ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଭାରତ ଗସ୍ତ ପୂର୍ବରୁ ରାଷ୍ଟ୍ରପତି ବାଇଡେନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ରହିଛି ।

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍
ଏହା ବ୍ୟତୀତ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ୍ ମଧ୍ୟ ଦିନ ୧.୪୦ରେ ନୂଆଦିଲ୍ଲୀରେ ପହଞ୍ଚିବେ । ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ
ତାଙ୍କୁ ସ୍ୱାଗତ କରିବେ । ଗତ ବର୍ଷ ଅକ୍ଟୋବରରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସରକାରୀ ଗସ୍ତ ହେବ। ଫାଇନାନ୍ସିଆଲ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସୁନକ୍ ଏବଂ ପିଏମ ମୋଦି ମଧ୍ୟରେ ଜି -20 କାର୍ଯ୍ୟକ୍ରମ ପରିସରରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି ।
ଫୁମିଓ କିଶିଦା
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଇଣ୍ଡୋନେସିଆରୁ ଭାରତ ଗସ୍ତ ପାଇଁ ବାହାରି ସାରିଛନ୍ତି । ଫୁମିଓ କିଶିଦାଙ୍କ ବିମାନ ଅପରାହ୍ନ 2.15 ରେ ପାଲାମ ବାୟୁସେନା ଷ୍ଟେସନରେ ଅବତରଣ କରିବ । ଅଶ୍ୱିନୀ କୁମାର ଚୌବେ ମଧ୍ୟ ତାଙ୍କୁ ସ୍ୱାଗତ କରିବେ। ଏହା ପୂର୍ରରୁ ସେ ମାର୍ଚ୍ଚରେ ମାସରେ ଭାରତ ଆସିଥିଲେ ।
ଜଷ୍ଟିନ୍ ଟ୍ରୁଡୋ
ସନ୍ଧ୍ୟା 7 ଟାରେ ଦିଲ୍ଲୀରେ ଅବତରଣ କରିବା ପରେ ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସ୍ୱାଗତ କରିବେ। ଟ୍ରୁଡୋ ଏପରି ସମୟରେ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି ଯେଉଁ ସମୟରେ ଖାଲିସ୍ତାନୀ ଗୋଷ୍ଠୀ ଭାରତ ଏବଂ କାନାଡା ମଧ୍ୟରେ ଥିବା ସମ୍ପର୍କ ଉପରେ ନଜର ରଖିଛି ।
ଲି କିୟାଙ୍ଗ
ଭାରତରେ ଆୟୋଜିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗ ଅଂଶଗ୍ରହଣ କରିପାରନ୍ତି ନାହିଁ, କିନ୍ତୁ ତାଙ୍କ ସ୍ଥାନରେ ଚୀନ୍ ପ୍ରଧାନମନ୍ତ୍ରୀ ଲି. କିୟାଙ୍ଗ ଉପସ୍ଥିତ ରହିବେ। ଚୀନ୍ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ ରାତି ପ୍ରାୟ 7.45 ରେ ଭାରତରେ ପହଞ୍ଚିବେ ଏବଂ ଭି.କେ ସିଂ ତାଙ୍କୁ ସ୍ୱାଗତ କରିବା ନେଇ ସୂଚନା ରହିଛି ।












Click it and Unblock the Notifications