G20 Summit Delhi 2023: ଜି-୨୦ ଶିଖର ସମ୍ମିଳନୀ: ଚାନ୍ଦି-ସୁନା ବାସନରେ ଖାଇବେ ଅତିଥି
G20 Summit 2023 In Delhi: ଜି -20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଯାଉଥିବା ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତା 9 ଏବଂ 10 ତାରିଖରେ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଜି-20 ସମ୍ମିଳନୀ । ଏଥିପାଇଁ ବିଦେଶରୁ ଆସୁଥିବା ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଦେଶ ପ୍ରସ୍ତୁତ ଅଛି ।
ଅତିଥିଙ୍କ ଖାଇବା ପିଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭାରତୀୟ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଥିବା ସୁନା ଓ ରୂପା ଆଚ୍ଛାଦିତ ପାତ୍ରରେ ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରାଯିବ । ଜୟପୁର ସ୍ଥିତ ମେଟାଲୱେୟାର ଫାର୍ମ ଆଇଆରଏସ ଇଣ୍ଡିଆର ସିଇଓ ରାଜୀବ ପାବୱାଲ ଏହି ସୂଚନା ଦେଇଛନ୍ତି। ଆଇଆରଏସ ଇଣ୍ଡିଆର ସିଇଓ ଏହି ବାସନଗୁଡିକର ବିଶେଷତା ବିଷୟରେ ବର୍ଣ୍ଣନା କରିଛନ୍ତି।

ANI ସୂଚନା ଅନୁସାରେ, ଜି-20 ସମ୍ମିଳନୀ ପାଇଁ ଜାନୁୟାରୀ 2023ରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦେଶର ପ୍ରତ୍ୟେକ ରାଜ୍ୟ ଓ ସିଟି ହିସାବରେ ପ୍ଲେଟ୍ ଡିଜାଇନ୍ କରାଯାଇଛି । ଯେପରି ଗୋଆ ଏବଂ ସାଉଥ୍ ଅନୁସାରେ ଥାଳି ତିଆରି କରାଯାଇଛି, କଦଳୀ ପତ୍ର ଡିଜାଇନର ପ୍ଲେଟ ମଧ୍ୟ ତିଆରି କରାଯାଇଛି । ଦେଶର ସମସ୍ତ ରାଜ୍ୟର ସଂସ୍କୃତିକୁ ଆମେ ଖାଦ୍ୟ ଥାଳିରେ ଦେଖାଇବା ପାଇଁ ଚେଷ୍ଟା କରିଛୁ । ରାଜୀବ ପାବୁୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ବାସନରେ ରୂପା ପାଣି ଚଢାଯାଇଛି ଏବଂ ଏହା ଗ୍ୟାରେଣ୍ଟେଡ୍ । ଭାରତୀୟ ପରମ୍ପରାକୁ ନେଇ ଏପରି ଜୀନିଷ ପ୍ରସ୍ତୁତ କରାଯାଇଛି ଯେ, ଯାହାର ଡିଜାଇନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ।
#WATCH | CEO IRIS India, Rajeev Pabuwal says, "We started this (preparations) in January 2023...We have made cutlery according to the location...We have incorporated the cutlery according to the state's culture...Some cutlery is silver coated...We have also made a 'Maharaja… pic.twitter.com/bxxma7ouqL
— ANI (@ANI) September 6, 2023
ବିଭିନ୍ନ କନସେପ୍ଟରେ ଥାଳି ତିଆରି କରାଯାଇଛି । ରାଜା ମାନେ ଯେପରି ଥାଳିରେ ଖାଆନ୍ତି ସେ ସ୍ଟାଇଲର ମଧ୍ୟ ଥାଳି ତିଆରି କରାଯାଇଛି । ଯାହାକୁ ମହାରାଜା ଥାଳି ବୋଲି କୁହାଯାଉଛି । ଯେଉଁଥିରେ ସୁନା-ରୂପା ପାଣି ଚଢାଯାଇଛି । ଖାଦ୍ୟ ଥାଳିରେ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଭାରତ କ'ଣ ବୋଲି ବିଶ୍ୱକୁ ଦେଖାଇବାକୁ ଚେଷ୍ଟା କରାଯାଇଛି ।
#WATCH | Delhi: Delegates of the G20 Summit to be served in silverware and gold utensils pic.twitter.com/1f2Zm0wGTL
— ANI (@ANI) September 6, 2023
ସୂଚନାଥାଉ ଯେ, ଜି -20 ଶିଖର ସମ୍ମିଳନୀ ନୂଆଦିଲ୍ଲୀରେ 9 ଏବଂ 10 ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ଏଥର ଭାରତ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି। ଜି -20 ଗୋଷ୍ଠୀରେ ଜଡିତ ଦେଶର ନେତାମାନେ ନିଜ ନିଜ ପ୍ରତିନିଧୀ ଦଳର ନେତୃତ୍ୱ ନେବେ। ଆଜିଠୁ ବିଦେଶୀ ଅତିଥିଙ୍କ ଆଗମନ ଆରମ୍ଭ ହୋଇଯାଇଛି । ଆଜି ଆମେରିକା ରାଷ୍ଟ୍ରପତି ମଧ୍ୟ ଭାରତ ଆସୁଛନ୍ତି ।












Click it and Unblock the Notifications