Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଳକରେ ଇଣ୍ଡିଆ ବଦଳରେ "ଭାରତ"

'ଇଣ୍ଡିଆ' ନୁହେଁ 'ଭାରତ' । ଭାରତର ଫଳକରେ ପରିବର୍ତ୍ତନ ।'ଇଣ୍ଡିଆ' ନୁହେଁ ଚିହ୍ନିତ ହେଲା 'ଭାରତ'। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଳକରେ ଇଣ୍ଡିଆ ବଦଳରେ ଭାରତ ଲେଖାଯାଇଛି । ଆଗରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ଫଳକରେ ଇଣ୍ଡିଆ ଲେଖା ଯାଉଥିବା ବଦଳରେ ଚଳିତ ଥର ଭାରତ ଲେଖା ଯାଇଛି । ତେବେ ଏହା ସ୍ପଷ୍ଟ କରୁଛି ଯେ ଦେଶର ନାମ କେତେବେଳେ ବି ପରିବର୍ତ୍ତନ ହୋଇ ଇଣ୍ଡିଆରୁ କେବଳ ଭାରତ ହୋଇଯିବ । ଆଉ ଏହାରି ଭିତରେ ଏଡ଼େ ବଡ ସମ୍ମିଳନୀରେ ମୋଦୀଙ୍କ ଫଳକାରେ ଇଣ୍ଡିଆ ବଦଳରେ ଭାରତ ଲେଖାଯାଇଛି ।

ତେବେ ଏନେଇ ସରକାରୀ ଭାବରେ କିଛି କୁହାଯାଇ ନାହିଁ । G20 ପାଇଁ ଆମନ୍ତ୍ରଣ ପତ୍ରରେ ବି ଇଣ୍ଡିଆ ବଦଳରେ ଭାରତ ଲେଖାଯାଇଥିଲା । ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାକୁ ନେଇ ଏବେ ସାରା ଦେଶରେ ହଇଚଇ । ଏହାରି ଭିତରେ ସୁରୁଖୁରୁ ସହିତ ଜି-୨୦ ବୈଠକ ଆରମ୍ଭ ହୋଇଛି ।

ଏହି ଫଳକକୁ ନେଇ ଟୁଇଟ କରିଛନ୍ତି ସ୍ମୃତି ଇରାନୀ । ସେ ଲେଖିଛନ୍ତି ଯେ, ଆଶା ଓ ବିଶ୍ୱାସର ନୂଆ ନାମ ହେଉଛି ଭାରତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣରୁ ଏହି ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆସନ ସମ୍ମୁଖରେ ରଖାଯାଇଥିବା ଫଳକ ଉପରେ ଭାରତ ଲେଖାଯାଇଛି । ଏହାପୂର୍ବରୁ ଏଭଳି ବୈଠକ ଇଣ୍ତିଆ ବୋଲି ଲେଖାଯାଇଥାଏ । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଆଶା ଓ ବିଶ୍ୱାସର ନୂଆ ନାମ - ଭାରତ" ।

bharat_g20_summit

ସେପଟେ ଆଫ୍ରିକୀୟ ୟୁନିୟନ୍ ଜି-୨୦ର ନୂଆ ସଦସ୍ୟ ହୋଇଛି । ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନ ଆରମ୍ଭ ହେବାପରେ ଜି -୨୦ ର ସ୍ଥାୟୀ ସଦସ୍ୟ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫ୍ରିକୀୟ ୟୁନିଅନର ମୁଖ୍ୟଙ୍କୁ ତାଙ୍କ ଆସନ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ ।

ସମସ୍ତଙ୍କ ସମର୍ଥନ, ସମସ୍ତଙ୍କ ବିକାଶ, ସମସ୍ତଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ହୋଇପାରିବ । ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥ ପ୍ରଦର୍ଶକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+