ଆରମ୍ଭ ହେଲା ଜି-୨୦ ସମ୍ମିଳନୀ : ମରକ୍କୋ ସହ ପୂରା ବିଶ୍ୱ ଅଛି କହିଲେ ମୋଦି
ଆରମ୍ଭ ହେଲା ଜି-୨୦ ସମ୍ମିଳନୀ । ଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କୋଭିଡ -19 ପରେ ବିଶ୍ୱରେ ବିଶ୍ୱାସର ସଂକଟ ଦେଖା ଦେଇଛି । ବିଶ୍ୱାସର ଏହି ସଙ୍କଟକୁ ଦୂର କରାଯାଇ ପାରିବ । ଏବେ ସମସ୍ତଙ୍କୁ ଏକାଠି ନେଇ ଚାଲିବାର ସମୟ । ସମସ୍ତଙ୍କ ସମର୍ଥନ, ସମସ୍ତଙ୍କ ବିକାଶ, ସମସ୍ତଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ହୋଇପାରିବ । ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥ ପ୍ରଦର୍ଶକ ।
ଜି-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ସମ୍ବୋଧନରେ ମରକ୍ସୋର କଥା କହିଲେ ମୋଦି । ଭୂକମ୍ପ କ୍ଷତିଗ୍ରସ୍ତ ମରକ୍ସୋ ସହ ପୂରା ବିଶ୍ୱ ଅଛି । ମରକ୍କୋକୁ ଭାରତ ସହଯୋଗ ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ଅଛି ।
ଜି -20 ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣରୁ ଏହି ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆସନ ସମ୍ମୁଖରେ ରଖାଯାଇଥିବା ଷ୍ଟ୍ରିପ୍ ଉପରେ ଭାରତ ଲେଖାଯାଇଛି। ଏହାପୂର୍ବରୁ ଏଭଳି ବୈଠକ ଇଣ୍ତିଆ ବୋଲି ଲେଖାଯାଇଥାଏ । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଆଶା ଓ ବିଶ୍ୱାସର ନୂଆ ନାମ - ଭାରତ" ।

ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ୧୯ଟି ଦେଶ ଏବଂ ୟୁରୋପୀୟ ୟୁନିଅନ୍ ସାମିଲ ହୋଇଛନ୍ତି । ଅଂଶଗ୍ରହଣକାରୀ ଦେଶଗୁଡ଼ିକ ହେଉଛି ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ଜର୍ମାନୀ, ଭାରତ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ବ୍ରିଟେନ ଏବଂ ଆମେରିକା।












Click it and Unblock the Notifications