Get Updates
Get notified of breaking news, exclusive insights, and must-see stories!

ଆଫ୍ରିକୀୟ ୟୁନିୟନ୍ ଜି-୨୦ର ନୂଆ ସଦସ୍ୟ: ତାଳି ମାରେ ଜଣାଇଲେ ଶୁଭେଚ୍ଛା

ଆଫ୍ରିକୀୟ ୟୁନିୟନ୍ ଜି-୨୦ର ନୂଆ ସଦସ୍ୟ । ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନ ଆରମ୍ଭ ହେବାପରେ ଜି -୨୦ ର ସ୍ଥାୟୀ ସଦସ୍ୟ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫ୍ରିକୀୟ ୟୁନିଅନର ମୁଖ୍ୟଙ୍କୁ ତାଙ୍କ ଆସନ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଛନ୍ତି । ଆଫ୍ରିକୀୟ ୟୁନିୟମର ସଦସ୍ୟତା ନେଇ ସମସ୍ତଙ୍କ ସହମତି ରହିଛି ।

କୋମୋରୋସ ସଂଘର ସଭାପତି ତଥା ଆଫ୍ରିକୀୟ ୟୁନିଅନର ଚେୟାରମ୍ୟାନ୍ ଆଜାଲି ଆସୋମାନି ଜି -20 ର ସ୍ଥାୟୀ ସଦସ୍ୟ ହେବାପରେ ତାଙ୍କ ଆସନ ଗ୍ରହଣ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କୋଳାଗ୍ରତ କରିଥିଲେ । ଏହା ପରେ ସେ ନିଜ ଆସନ ଗ୍ରହଣ କରିଥିଲେ ।

ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କୋଭିଡ -19 ପରେ ବିଶ୍ୱରେ ବିଶ୍ୱାସର ସଂକଟ ଦେଖା ଦେଇଛି । ବିଶ୍ୱାସର ଏହି ସଙ୍କଟକୁ ଦୂର କରାଯାଇ ପାରିବ । ଏବେ ସମସ୍ତଙ୍କୁ ଏକାଠି ନେଇ ଚାଲିବାର ସମୟ । ସମସ୍ତଙ୍କ ସମର୍ଥନ, ସମସ୍ତଙ୍କ ବିକାଶ, ସମସ୍ତଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ହୋଇପାରିବ । ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥ ପ୍ରଦର୍ଶକ ।

ସମ୍ବୋଧନରେ ମରକ୍ସୋର କଥା କହିଲେ ମୋଦି । ଭୂକମ୍ପ କ୍ଷତିଗ୍ରସ୍ତ ମରକ୍ସୋ ସହ ପୂରା ବିଶ୍ୱ ଅଛି । ମରକ୍କୋକୁ ଭାରତ ସହଯୋଗ ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ଅଛି ।

g20_summit

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସମ୍ମିଳନୀ ଅବସରରେ ୧୫ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ କିଛି ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିବା ବେଳେ ଆଜି କିଛି ଜଣଙ୍କ ସହ ଓ ଆସନ୍ତାକାଲି କିଛି ଜଣଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।

ଭାରତ ଆସୁଥିବ ଅତିଥିମାନଙ୍କୁ ସ୍ବାଗତ କରିଥିଲା ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା । ଓଡିଶାର ପାରମ୍ପରିକ କଳା ଓ ଭାସ୍କର୍ଯ୍ୟକୁ ଅତ୍ୟନ୍ତ ନିଖୁଣଭାବେ ପ୍ରଦର୍ଶିତ କରାଯାଉଛି । ୬ ଫୁଟର ‌କୋଣାର୍କ ଚକ୍ରକୁ ଦିଲ୍ଲୀ ଗେଟରେ ପ୍ରଦର୍ଶିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+