ଜି-୨୦ରେ ଓଡ଼ିଶାର କଳା ଓ ସ୍ଥାପତ୍ୟ: ଦେଖିବାକୁ ମିଳିବ ଏହି ସବୁ ଝଲକ
ସଜେଇ ହୋଇଛି ସାରା ଭାରତ । ପଲ୍ଲୀରୁ ଦିଲ୍ଲୀ ସବୁଠି ଜି-୨୦ ର ଝଲକ ଦେଖିବାକୁ ମିଳିଛି । ସାଧାରଣ ଜନତା ଏ ନେଇ ବି ତପ୍ତର୍ । ଦିଲ୍ଲୀରେ କଣ ହେବ ? ଆଜ୍ଞା ହଁ ଦିଲ୍ଲୀ ଏବେ ନୂଆ ବୋହୂ ସାଜିଛି । ଆଉ ଘରକୁ ଆସୁଥିବା ଅତିଥିଙ୍କୁ ପାଛୋଟି ନେଉଛି । ଏହି ଅପୂର୍ବ ଦୃଶ୍ୟ ଭାରି ସୁନ୍ଦର । ମହକୁଛି ଦିଲ୍ଲୀ । ଆଉ ହସୁଛି ଭାରତ ।
ସେପ୍ଟେମ୍ବର ୦୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ । ସାରା ବିଶ୍ୱରୁ ମହାନ୍ ନେତା ମାନେ ଆସି ଦିଲ୍ଲୀରେ ପହଞ୍ଚିଲେଣି । ଆଉ କିଛି ସମୟ ପରେ ପ୍ରାୟ ସବୁ ଆସି ପହଞ୍ଚିଯିବେ । କାରଣ କାଲିଠୁ ସମ୍ମିଳନୀ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତ ଅଭିମୁଖେ ବାହାରିଲେଣି ।
ଭାରତ ମଣ୍ଡପମ୍ ଭିତରେ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ପ୍ରସ୍ତୁତ ରହିଛି । ଏଠାରେ ଜି-୨୦ ବୈଠକ ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାରତ ମଣ୍ଡପମ୍ ସମ୍ମୁଖରେ ସ୍ଥାନ ପାଇଥିବା ଆକର୍ଷଣୀୟ ନଟରାଜ ମୂର୍ତ୍ତି ଓ ଏକ ସୁନ୍ଦର ପୁଲ ମଧ୍ୟ ଅତିଥିଙ୍କ ମନମୁଗ୍ଧ କରିବ ।
ଜଳ, ସ୍ଥଳ ଓ ଆକାଶ ସବୁଠି ରହିଛି ସୁରକ୍ଷାକର୍ମୀଙ୍କ କଡ଼ା ନଜର । ଟିକେ ବି ଯେମିତି ଅସୁବିଧା ହେବ ନାହିଁ । ସମ୍ମିଳନୀରେ ଯୋଗ ଦେବେ ୨୯ଟି ଦେଶର ରାଷ୍ଟ୍ରମୁଖ୍ୟ ଓ ବରିଷ୍ଠ ନେତା । ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।
ସମଗ୍ର ଦିଲ୍ଲୀ ନଗରୀକୁ ଆକର୍ଷଣୀୟ ଶୈଳୀରେ ସୁସଜ୍ଜିତ କରାଯାଇଛି । ବିଶେଷ କରି ଯେଉଁସବୁ ସ୍ଥାନକୁ ବିଦେଶୀ ଅତିଥିମାନେ ବହୁସଂଖ୍ୟାରେ ଯିବେ ସେହିସବୁ ସ୍ଥାନର ସାଜସଜା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ରାସ୍ତା ଗୁଡିକର ସୌନ୍ଦର୍ଯ୍ୟ କରଣ ପାଇଁ କେଉଁଠି ଲାଇଟ ଲାଗିଛି ତ ଆଉ କେଉଠି ଫୁଲ ଗଛ ତ ଆଉ କେଉଁଠି କଳାକାର ମାନଙ୍କ କଳାକୃତି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମେତ ଏକାଧିକ ବିଶ୍ବନେତାମାନେ ଜି-୨୦ ପାଇଁ ଆଜି ଭାରତରେ ଆସିବେ ।
ଦିଲ୍ଲୀ ପ୍ରବେଶ ପଥରେ କଡାକଡି ଯାଞ୍ଚ୍ କରାଯାଉଛି । ଏନଏସଜି, ସିଆରପିଏଫ, ପାରାମିଲିଟାରୀ ଫୋର୍ସ, ଭରତୀୟ ସେନା ଏବଂ ଦିଲ୍ଲୀ ପୋଲିସ କାନ୍ଧରେ ରହିଛି ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ରହିଛି ।
ଦିଲ୍ଲୀରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମ୍ମିଳନୀ ସମୟରେ ପ୍ରଗତ ମୈଦାନକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯିବ ।
ଜି-୨୦ ରେ ଓଡ଼ିଶାର ଝଲକ
ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ମୂର୍ତ୍ତି ମଧ୍ୟ ନୂଆଦିଲ୍ଲୀ ପାଲମ ଏୟାରପୋର୍ଟକୁ ଯିବା ରାସ୍ତାରେ ଲାଗିଛି। କୋଣାର୍କ ମନ୍ଦିରରେ ଲାଗିଥିବା କଳାକୃତିକୁ ଲକ୍ଷ କରି ଏହି ମୂର୍ତ୍ତି ପ୍ରସ୍ତୁତ ହୋଇଛି ।
ବିଦେଶରୁ ଆସୁଥିବ ପ୍ରତିଟି ଅତିଥିଙ୍କ ନଜର ଏହି ମୂର୍ତ୍ତି ଉପରେ ପଡିବ।
ଭାରତ ଆସୁଥିବ ଅତିଥିମାନଙ୍କୁ ସ୍ବାଗତ କରୁଛି ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା । ଓଡିଶାର ପାରମ୍ପରିକ କଳା ଓ ଭାସ୍କର୍ଯ୍ୟକୁ ଅତ୍ୟନ୍ତ ନିଖୁଣଭାବେ ପ୍ରଦର୍ଶିତ କରାଯାଉଛି । ୬ ଫୁଟର କୋଣାର୍କ ଚକ୍ରକୁ ଦିଲ୍ଲୀ ଗେଟରେ ପ୍ରଦର୍ଶିତ ହୋଇଛି ।
ଦୁଇ ଓଡ଼ିଆ ମହିଳା ମାଣ୍ଡିଆ ଚାଷୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । କୋରାପୁଟ ରାଇମିତି ଜିଓରିଆ ଏବଂ ମୟୁରଭଞ୍ଜ ସୁବାସା ମହନ୍ତ । ମିଲେଟ ମିଶନ ସଫଳତା ଓ ମଣ୍ଡିଆର ଉପକାରିତା ବିଷୟରେ ଅବଗତ କରିବେ ।
ଓଡ଼ିଶାର ନୃତ୍ୟଶିଳ୍ପୀଙ୍କ ନୃତ୍ୟୁରେ ସତମୁଖ ହେଉଛନ୍ତି ଅତିଥି। ଆଇଏମଏଫର ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା ଡାଲ ଖାଇ ନୃତ୍ୟ ଦେଖି ନିଜକୁ ଅଟକାଇ ପାରି ନଥିଲେ । ସେ ମଧ୍ୟ ଗୀତର ତାଳେ ତାଳେ ନାଚି ଦେଇଥିଲେ ।

ତା' ସହ ଏହି ସମ୍ମିଳନୀରେ ଭୁବନେଶ୍ଵର ଆଇଟିଆଇର ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହେବ । ରୁମାଲଠୁ ନେଇ ପ୍ରସାଧନ ସାମଗ୍ରୀ ସବୁକିଛି ପ୍ରଦର୍ଶିତ ହେବ । ଇଣ୍ଡିଆନ କ୍ରାଫ୍ଟ ବଜାରରେ ବିକ୍ରିବଟା ମଧ୍ୟ କରାଯିବ ।
ବାଲୁକା କଳାରେ ସ୍ୱାଗତ ବାଇଡେନ । ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ ବାଲୁକା କଳାରେ ସ୍ୱାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହା ଅତ୍ୟନ୍ତ ସୁନ୍ଦର ଦେଖାଯିବା ସହ । ଦର୍ଶକ ବହୁତ୍ ପ୍ରଶଂସା କରିଛନ୍ତି ।
ସେହିପରି ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଲି. କିଆଙ୍ଗ ଯୋଗଦେବା ନେଇ ସୂଚନା ରହିଛି ।
ସେପଟେ ଗତକାଲି ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଇଣ୍ଡୋନେସିଆ ଏସିଆନ ସମ୍ମିଳନୀ ଗସ୍ତ ସଫଳ ହୋଇଥିବା ସେ କହିଛନ୍ତି ।
ଜି-୨୦ ବୈଠକରେ ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ ସଂଘର୍ଷ ଯୋଗୁଁ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଦାରିଦ୍ର୍ୟ ମୁକାବିଲା ଆଦି ସମସ୍ୟା ଉପରେ ଚର୍ଚ୍ଚା କରାଯିବ ।












Click it and Unblock the Notifications