ଶ୍ରୀନଗରରେ ଆଜିଠୁ ତିନି ଦିନିଆ ଜି-୨୦ ସମ୍ମିଳନୀ , କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

Kashmir G20 Meeting: ଶ୍ରୀନଗରରେ ଆଜିଠୁ ଜି -20 ଦେଶର ତୃତୀୟ ପର୍ଯ୍ୟଟନ କାର୍ଯ୍ୟ ଗୋଷ୍ଠୀର ବୈଠକ ଆରମ୍ଭ ହେବାକୁ ଯାଉଛି। ଆନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆଜି ଡାଲ ଲେକ୍ କୂଳରେ ଥିବା ଶେରି କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (SKICC) ରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଜି -20 ଦେଶରୁ 60 ଜଣଙ୍କ ସମେତ 180 ରୁ ଅଧିକ ପ୍ରତିନିଧୀ ଏହି ବୈଠକରେ ଯୋଗ ଦେବେ ।

kashmir

ଶ୍ରୀନଗରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ସଚିବ ଅରବିନ୍ଦ ସିଂ କହିଛନ୍ତି ଯେ, ଶ୍ରୀନଗରରେ ଜି -20 ବୈଠକ ପର୍ଯ୍ୟଟନର ସମ୍ଭାବନା ତଥା ସାଂସ୍କୃତିକ ସମୃଦ୍ଧତାକୁ ଆଲୋକିତ କରିବା ପାଇଁ ଏକ ବିଶେଷ ସୁଯୋଗ ପ୍ରଦାନ କରିବ । ପର୍ଯ୍ୟଟନ ୱାର୍କିଂ ଗ୍ରୁର ଏହି ବୈଠକ ଆଜିଠାରୁ ମେ 24 ପର୍ଯ୍ୟନ୍ତ ଚାଲିବ । ସେହିପରି ଜୁନ୍ ମାସରେ ଗୋଆରେ ଜି -20 ବୈଠକ ଅନୁଷ୍ଠିତ ହେବ।

ଜାମ୍ମୁ କାଶ୍ମୀର ପୋଲିସ ବ୍ୟତୀତ ସେନା କର୍ମଚାରୀମାନେ ମଧ୍ୟ ଏହି ସମ୍ମିଳନୀର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଧାରା 370 ରଦ୍ଦ ହେବା ପରେ କାଶ୍ମୀରରେ ପ୍ରଥମ ଥର ଅନ୍ତର୍ଜାତୀୟ ବୈଠକ ଅନୁଷ୍ଠିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+