ଦିଲ୍ଲୀରେ ବର୍ଷା ପରେ ଭାରତ ମଣ୍ଡପମରେ ପଶିଲା ପାଣି, କଂଗ୍ରେସ ନେତା କହିଲେ ବିକାଶ ଭାସୁଛି
ନୂଆଦିଲ୍ଲୀ: ଦିଲ୍ଲୀରେ ପାଗ ବଦଳିଲା । ଜି-2୦ ସମ୍ମିଳନୀ ଜାରି ରହିଥିବା ବେଳେ ଏପଟେ ବର୍ଷା ମଧ୍ୟ ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ଭାରତ ମଣ୍ଡପମ ଭିତରେ ପଶିଲା ପାଣିଁ । ସୋସିଆଲ ମିଡିଆରେ ଭରତ ମଣ୍ଡପମଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ମଣ୍ତପମରେ ପାଣି ଥିବାର ଦେଖିବା ପାଇଁ ମିଳୁଛି । ଏହା ଉପରେ ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି । 'କୋଟି କୋଟି ଟଙ୍କା ବ୍ୟୟରେ G20 ସଦସ୍ୟଙ୍କ ପାଇଁ ଆୟୋଜନ କରିବା ପାଇଁ ନିର୍ମିତ ଭାରତ ମଣ୍ଡପମର ଫଟୋ ହିଁ ବିକାଶ ବଖାଣୁଛି । ବିକାଶ ଭାସୁଛ ବୋଲି ସେ କହିଛନ୍ତି ।
ସେହିପରି ତ୍ରିପୁରା ସିଏମ ମାଣିକ ସାହା କହିଛନ୍ତି, "ଜି -20 ସଫଳ ହୋଇଛି । G20ର One Earth, One Family, ଭିବିଷ୍ୟତରେ ସଫଳତା ଦେବ । ଏକାଠି ରହିବାର ଭାବନା 'G20' ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।

ସୂଚନାଥାଉ ଯେ, ଜାତୀୟ ରାଜଧାନୀ ଦିଲ୍ଲୀରେ ଜାରି ରହିଛି G 20 ବୈଠକ । ଆଜି ଜି -୨୦ ସମ୍ମିଳନୀର ଦ୍ବିତୀୟ ଦିନ । ସେପ୍ଟେମ୍ବର 9 ଓ 10 ତାରିଖରେ ଦୁଇ ଦିନ ଧରି ଏହି ବୈଠକ ହେବ । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ବୈଠକରେ ବିଶ୍ୱ ନେତାମାନେ ଖାଦ୍ୟ ନିରାପତ୍ତା, ଦୁର୍ବଳ ଦେଶର ଋଣ ସମସ୍ୟା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରୁଛନ୍ତି ।
दिखावे की पोल खुली
एक ही बारिश में G-20 के लिए बनाये गये भारत मंडपम में पानी घुसा।
वीडियो सोशल मीडिया पर वायरल। pic.twitter.com/9dgih7A1lb
— INC TV (@INC_Television) September 10, 2023
ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ କୋଣ ଅନୁକୋଣରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏଥି ସହିତ ଶନିବାର ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକ ରାତ୍ରୀ ଭୋଜନ ଆୟୋଜନ କରାଯାଇଥିଲା ।












Click it and Unblock the Notifications