ବିଦେଶୀ ଅତିଥି ଦେଖିଲେ ଶାନ୍ତି ଦେବୀଙ୍କର ମଧୁବନୀ ଚିତ୍ରକଳା
Shanti Devi Madhubani Painting: ଜାତୀୟ ପୁରସ୍କାର ବିଜେତା ମଧୁବନୀ ଚିତ୍ରକାର ଶାନ୍ତି ଦେବୀ ଭାରତ ମଣ୍ତପରେ ଜି -20 କଳା ଏବଂ ହସ୍ତଶିଳ୍ପ ପ୍ରଦର୍ଶନୀ ମଣ୍ତପରେ 'ଚନ୍ଦ୍ରଯାନ -3'ର ମଧୁବନୀ ଚିତ୍ରକଳା ପ୍ରଦର୍ଶନ କଲେ ।
ଏହି ଅବସରରେ ସେ କହିଛନ୍ତି, ଭାରତ ସରକାର ଆମକୁ ଜି -20 ସମ୍ମିଳନୀରେ ଭାଗ ନେବା ପାଇଁ ଆମନ୍ତ୍ରଣ କରିଥିଲେ । ସେ ଆହୁରି କହିଛନ୍ତି, 'ପ୍ରଥମ ଥର ଖବରକାଗଜରେ ମୁଁ ଚନ୍ଦ୍ରଯାନର ଝଲକ ଦେଖିଥିଲି । ଏହା ମୋତେ ଖୁବ ପସନ୍ଦ ଆସିଥିଲା । ତେଣୁ ମୁଁ ଚିନ୍ତାର କହିଲ ଏଥର ଜି-20 ବୈଠକରେ ମୁଁ ଆମ ଦେଶର ଗୌରବ ଚନ୍ଦ୍ରଯାନ-3ର ଚିତ୍ର ଆଙ୍କିବି । ଏହା ସହ ସେ କହିଛନ୍ତି ମୁଁ ବେଶ୍ ଖୁସ୍ ଅଛି '।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମଧୁବନୀ ଚିତ୍ରକଳା କଳାକର ଏବଂ ଜାତୀୟ ପୁରସ୍କାର ବିଜେତା ଶାନ୍ତି ଦେବୀ ଚଳିତ ବର୍ଷ ଦିଲ୍ଲୀରେ ଆୟୋଜିତ ଜି-20 ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଜି -20 ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ କଳାକାର ମଧୁବନୀ ଚିତ୍ରକାଳ ପ୍ରଦର୍ଶନ କରିଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଶାନ୍ତି ଦେବୀ ଆହୁରି କହିଛନ୍ତି ଯେ, ଏହା ତାଙ୍କ ପାଇଁ ଏବଂ ମଧୁବନୀ ଚିତ୍ରକାରଙ୍କ ପାଇଁ ଗର୍ବର ବିଷୟ । ବିଦେଶୀ ଅତିଥିମାନଙ୍କୁ ମଧୁବନୀ ଚିତ୍ରକଳାର ବିଶେଷତ୍ୱ ବୁଝାଉଛନ୍ତି କଳାକାରଲ । ଏବଂ ଏହା କେଉଁଥିରେ ତିଆରି ହୁଏ ଏହା ଅର୍ଥ କ'ଣ ? ଏହା ସହିତ ବିଦେଶରେ ଏହାର ପରିଚୟ କିପରି ମଜବୁତ ହେବ ତାହା ମଧ୍ୟ କୁହାଯିବ ।
#WATCH | G 20 in India | Delhi: Shanti Devi, a National Award-winning Madhubani painting artisan, showcased 'Chandrayaan-3' Madhubani painting in the G 20 art and craft exhibition pavilion at the Bharat Mandapam.
She says, "The Indian Government invited us for G 20. I first saw… pic.twitter.com/JMB5Cz4zno
— ANI (@ANI) September 9, 2023
ନ୍ୟୁଜ୍ ଏଜେନ୍ସି ANI ସହ ଆଲୋଚନା ବେଳେ, ଶାନ୍ତି ଦେବୀ କହିଛନ୍ତି, 'ଏଥର ଆମକୁ G-20କୁ ନିମନ୍ତ୍ରଣ କରାଯାଇଛି । ପ୍ରଥମ ଥର ପାଇଁ ଆମେ ଖବର କାଗଜରେ ଚନ୍ଦ୍ରଯାନ-3 ଝଲକ ଦେଖିଥିଲୁ । ଯାହା ପରେ ମୁଁ ଚିନ୍ତା କରିଥିଲେ ଭାରତର ଗୌରବକୁ ଆଙ୍କିବା ପାଇଁ । ଏହା ପରେ, ପ୍ରଥମ ଥର ପାଇଁ ଆମେ ଚନ୍ଦ୍ରଯାନ ତିଆରି କଲୁ । ମଧୁବନୀ ଚିତ୍ରକଳଆରେ ପ୍ରାକୃତିକ ରଙ୍ଗକୁ ଅଳ୍ପ ବ୍ୟବହାର କରି ଆମେ ଏହାକୁ ପ୍ରସ୍ତୁତ କରିଛୁ । ଫୁଲ ପତ୍ର, ଗୋଲାପ , ଅରୁଲ, ହଳଦୀ ଏବଂ ଚନ୍ଦନ, ଗୋଲାପୀ ରଙ୍ଗ ବ୍ୟବହାକ କରି ଏହି
ମଧୁବନୀ ଚିତ୍ର ଆଙ୍କିଛୁ' । ଶାନ୍ତି ଦେବୀ ଆହୁରି କହିଛନ୍ତି ଯେ, 'ମୁଁ ଏଠାକୁ ଆସି ବହୁତ ଖୁସି ଅଛି । ମୋଦି ଜୀଙ୍କ ପାଇଁ ଆମେ ଏହି ସ୍ଥାନରେ ପହଞ୍ଚି ପାରିଛୁ'।












Click it and Unblock the Notifications