G-20 ଶିଖର ସମ୍ମିଳନୀ: ଜାଣନ୍ତୁ କ'ଣ ଖାଇବେ ବିଦେଶୀ ଅତିଥି
G-20 Summit: ଜି -20 ଶିଖର ସମ୍ମିଳନୀରେ ବିଶ୍ୱର ଅନେକ ଦେଶର ମୁଖ୍ୟମାନେ ଯୋଗ ଦେବାପାଇଁ ଯାଉଛନ୍ତି । ଏହି ସମ୍ମିଳନୀ ପାଇଁ ସମଗ୍ର ଦିଲ୍ଲୀ ସଜେଇ ହୋଇଛି । ସମଗ୍ର ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଏହା ସହିତ ଦିଲ୍ଲୀର ଶୀର୍ଷ ହୋଟେଲ ଗୁଡ଼ିକରେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଯାଉଥିବା ଅତିଥିମାନଙ୍କ ପାଇଁ ବୁକିଂ କରାଯାଇଛି । କିନ୍ତୁ ଆପଣ ଜାଣନ୍ତି କି ଏହି ଅତିଥିମାନେ ଖାଦ୍ୟରେ କ'ଣ ଖାଇବେ ?

ଫ୍ରାନ୍ସର ରାଷ୍ଟ୍ରପତି ଖାଇବେ ସ୍ପେସାଲ ଚକଲେଟ୍
ଫ୍ରାନ୍ସର ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧୀ ଦିଲ୍ଲୀର 'The Claridges' ହୋଟେଲରେ ରହିବେ । ଟାଇମ୍ସ ଗ୍ରୁପ୍ ସହ ଆଲୋଚନ କରିବା ସମୟରେ 'The Claridges'ହୋଟେଲର ରୋଷେୟା ଅଙ୍କୁର ଗୁଲାଟି କହିଛନ୍ତି ଯେ, ଏଠାରେ ଥିବା ଅତିଥିମାନଙ୍କୁ ଏକ ସ୍ୱତନ୍ତ୍ର ଚକୋଲେଟ୍ ଦିଆଯିବ, ଯାହା ଇଣ୍ଡିଆ ଗେଟ୍ ଥିମ୍ ଉପରେ ପ୍ରସ୍ତୁତ କରାଯିବ । ଏହା ସହିତ, ମିଠା ଖାଦ୍ୟରେ ତିନୋଟି ଭାରତୀୟ ଏବଂ ତିନୋଟି ଫ୍ରେଞ୍ଚ୍ ମିଠା ରହିବ । ଏହି ହୋଟେଲରେ ରହୁଥିବା ଅତିଥିମାନଙ୍କ ପାଇଁ ଗୁଜରାଟୀ, ରାଜସ୍ଥାନୀ ଏବଂ ଦେବଭୋମି ଥାଳିର ମଧ୍ୟ ବ୍ୟବସ୍ଥା କରାଯାଇଛି।
ସେହିପରି ତାଜ ହୋଟେଲ ନିଜ ଅତିଥିମାନଙ୍କ ପାଇଁ ଅଲଗା ବ୍ୟବସ୍ଥା କରିଛି । ଏହି ହୋଟେଲରେ ରହୁଥିବା ଲୋକଙ୍କ ଥାଳିରେ ଆପଣ ଭାରତୀୟ ସ୍ଥାନୀୟ ଖାଦ୍ୟ ଦେଖିବାକୁ ପାଇବେ । ଗୁଲକନ୍ଦ ଲଡୁ ସହିତ କାଜୁ କଟଲି ଏବଂ ଓଟ ମଧ୍ୟ ସେମାନଙ୍କ ଥାଳିରେ ଅତିଥିମାନଙ୍କୁ ପରିବେଷଣ କରାଯିବ ସେହିପରି ମୁର୍ଗ କୋରମା, ଭଜା ମାଂସ ଏବଂ ହାଇଦ୍ରାବାଦ ମଟନ୍ ବିରିୟାନି ମଧ୍ୟ ଅତିଥିମାନଙ୍କ ଥାଳିରେ ପରିବେଷଣ କରାଯିବ ।
ମିଲେଟରୁ ନିର୍ମିତ ଜିନିଷ ଉପରେ ଗୁରୁତ୍ୱ ଦିଆଯିବ
ଏଥର ମିଲେଟରୁ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଭାରତର ବିଦେଶୀ ଅତିଥିମାନଙ୍କୁ ଦିଆଯିବ । ଏଥିମଧ୍ୟରେ ରାଗି ଇଡଲି, ମିଲେଟ ସୁପ୍,ବାଦାମ୍,
ନର୍ଗିସି କୋଫତା, ମିଲେଟ ଖିରୀ ମଧ୍ୟ ଅତିଥିମାନଙ୍କୁ ପରସାଯିବ । ବାସ୍ତବରେ ପିଏମ ମୋଦି ସମଗ୍ର ବିଶ୍ୱରେ ମିଲେଟକୁ ପ୍ରମୋଟ୍ କରୁଛନ୍ତି ।












Click it and Unblock the Notifications