ଜି-20 ସମ୍ମିଳନୀ: ଶନିବାର ରାଷ୍ଟ୍ରପତିଙ୍କ ସହ ରାତ୍ର ଭୋଜନ; ଜାଣନ୍ତୁ, କାହାକୁ ମିଳିଲା ନିମନ୍ତ୍ରଣ ଓ କାହାକୁ ମିଳିଲାନି...
G-20 Summit Dinner: ଆସନ୍ତାକାଲି ଶନିବାର (9 ସେପ୍ଟେମ୍ବର) ଏବଂ ରବିବାର (10 ସେପ୍ଟେମ୍ବର) ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-20 ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ । ଏହି କ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୯ ସେପ୍ଟେମ୍ବରକୁ ଜି-୨୦ ନେତାମାନଙ୍କ ପାଇଁ ଏକ ଭୋଜନର ଆୟୋଜନ କରିଛନ୍ତି । ଆସନ୍ତୁ ଜାଣିବା ଏହି ଭୋଜି ପାଇଁ କିଏ ପାଇଛନ୍ତି ନିମନ୍ତ୍ରଣ ଓ କାହାକୁ ଦିଆଯାଇଛି ବାଦ୍ ।
ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଜି-20 ରାତ୍ରୀ ଭୋଜନରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଦଳର କିଛି ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଏଚଡି ଦେବେ ଗୌଡା ସ୍ୱାସ୍ଥ୍ୟଗତ କାରଣରୁ ଶନିବାର ରାଷ୍ଟ୍ରପତି ମୁର୍ମୁଙ୍କ ଦ୍ୱାରା ଆୟୋଜିତ ବିଶ୍ୱସ୍ତରୀୟ ନେତାଙ୍କ ପାଇଁ ଜି-20 ଭୋଜନରେ ଯୋଗ ଦେବେ ନାହିଁ ।

ସୂତ୍ରରୁ ପ୍ରକାଶ ଯେ, ରାଷ୍ଟ୍ରପତିଙ୍କ ତରଫରୁ ଆୟୋଜନ କରାଯାଇଥିବା ଏହି ଭୋଜିକୁ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ମିଳିଛି । ଏହା ସହ ଭାରତ ସରକାରଙ୍କର ସମସ୍ତ ସଚିବ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିରୋଧୀ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟ ଭାଗବତ ମନ ମଧ୍ୟ ଜି -20 ଭୋଜନରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଭୋଜନରେ ଯୋଗ ଦେବା ପାଇଁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଧ୍ୟ ସେପ୍ଟେମ୍ବର 9 ରେ ଜାତୀୟ ରାଜଧାନୀକୁ ଆସୁଛନ୍ତି । ତାଙ୍କର ଘନିଷ୍ଠ ସହଯୋଗୀମାନେ ଏହା ନିଶ୍ଚିତ କରିଛନ୍ତି । ଏହି ରିପୋର୍ଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗ ଦେଇ ପାରନ୍ତି ବୋଲି ମଧ୍ୟ ସୂଚନା ରହିଛି ।
ଏହି ସମୟରେ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଯିଏ କେନ୍ଦ୍ର ମନ୍ତ୍ରୀଙ୍କ ସହ ସମାନ ଏବଂ ସାମ୍ବିଧାନିକ ପଦବୀରେ ଅଛନ୍ତି, ତାଙ୍କୁ ରାତ୍ରୀ ଭୋଜନକୁ ନିମନ୍ତ୍ରଣ କରାଯାଇ ନାହିଁ । ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ନୈଶ୍ୟ ଭୋଜିରେ ଯୋଗଦେବେ ବୋଲି କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଛତିଶଗଡ ସିଏମ ଭୁପେଶ ବାଗେଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଉପସ୍ଥିତ ହେବାର ସମ୍ଭାବନା ନାହିଁ । ରାଷ୍ଟ୍ରପତି ମୁର୍ମୁ ଶନିବାର ଜି-20 ଶିଖର ସମ୍ମିଳନୀ ସ୍ଥଳ 'ଭାରତ ମଣ୍ଡପମ୍' ରେ ରାତ୍ରୀ ଭୋଜନ କରିବେ ।












Click it and Unblock the Notifications