Get Updates
Get notified of breaking news, exclusive insights, and must-see stories!

G-20 ସମ୍ମିଳନୀ: ଚଳଚଞ୍ଚଳ ଦିଲ୍ଲୀ, ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ

G20 Summit 2023: ସେପ୍ଟେମ୍ବର ୯ ତାରିଖରେ ଆରମ୍ଭ ହେବା ପାଇଁ ଯାଉଛି ଜି-୨୦ ସମ୍ମିଳନୀ । ଯେଉଁଥି ପାଇଁ ଚଳଚଞ୍ଚଳ ଦେଶର ରାଜଧାନୀ । ଦିଲ୍ଲୀରେ ପହଞ୍ଚୁଛନ୍ତି ବିଦେଶୀ ନେତା । ମରିସସ୍ ପ୍ରଧାନମନ୍ତ୍ରୀ Pravind Jugnauth G-20 ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତରେ ପହଞ୍ଚି ସାରିଛନ୍ତି । ଦିଲ୍ଲୀରେ ପହଞ୍ଚିବା ପାରାମ୍ପରିକ ନୃତ୍ୟ ପରିବେଷଣ କରି ତାଙ୍କୁ କେନ୍ଦ୍ର ମନ୍ତ୍ରୀ ସ୍ୱାଗତ କରିଥିଲେ ।

ସେପଟେ ଜି-20 ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ଯବାନ ମୁତୟନ କରାଯାଇଛି । ସେହିପରି ୫୦ ହଜାର ପୋଲିସ, ଏନଏସଜି, ସିଆରପିଏଫ୍, ସିଏପିଏଫର ୮୦ ହଜାର ଯବାନ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଜି-20 ସମ୍ମିଳନୀ ପୂର୍ବରୁ ମକଡ୍ରିଲ କରାଯାଇ ସରିଥିବା ନେଇ ସୂଚନା ରହିଛି ।

g20 meeting

ସେପଟେ ଜି-2- କାର୍ଯ୍ୟକ୍ରମ ସ୍ଥଳକୁ ଅଫିସିଆଲ କାର ନ ନେବା ପାଇଁ ସମସ୍ତ କେନ୍ଦ୍ର ମନ୍ତ୍ରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ମନ୍ତ୍ରୀ ନିଜ ଗାଡ଼ିରେ ସଂସଦ ଭବନରେ ପହଞ୍ଚିବେ । ସେଠାରୁ ରାତ୍ରିଭୋଜନ ପାଇଁ ଏକ ଭ୍ୟାନର ବ୍ୟବସ୍ଥା କରାଯାଇଛି । ଏଥି ସହିତ ମନ୍ତ୍ରୀମାନେ ଭେଟିବାକୁ ଥିବା ବିଦେଶୀ ପ୍ରତିନିଧିଙ୍କୁ ଆମ ସଂସ୍କୃତି ସହ ପରିଚିତ କରାଇବା ପାଇଁ ମୋଦି ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ରାତ୍ରୀ ଭୋଜନ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଶନିବାର ସାଢେ ୫ ଟା ସୁଦ୍ଧା ସମସ୍ତେ ନିଜ ଗାଡ଼ିରେ ସଂସଦ ଭବନରେ ପହଞ୍ଚିବେ । ସେହିପରି ବିଦେଶରୁ ଆସୁଥିବା ଅତିଥିଙ୍କ ସ୍ୱାଗତରେ ଯେପରି କୌଣସି କମି ନ ରୁହେ ସେନେଇ ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି ।

ଜି-୨୦ରେ ସାମିଲ ହେବେ କେଉଁ ବିଶ୍ୱ ନେତା ?

ତେବେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି କାଲି ନୂଆଦିଲ୍ଲୀ ପହଞ୍ଚୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନ୍ ଭାରତ ଆସୁଥିବା ନେଇ ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ । ଏପଟେ ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍ ଆଇଟିସି ମୌର୍ଯ୍ୟ ।

ସେହିଭଳି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ଜି-୨୦ରେ ଯୋଗ ଦେବା ଲାଗି ଭାରତ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ରିଷି ପ୍ରଥମ ଥର ନୂଆଦିଲ୍ଲୀ ଆସୁଥିବା ବେଳେ ତାଙ୍କ ପାଇଁ ପ୍ରସ୍ତୁତ ରହିଛି ଏ ସମ୍ଭ୍ରାନ୍ତ ହୋଟେଲ ସାନଗ୍ରୀ ଲା' । ଅନ୍ୟପଟେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ଜର୍ମାନ, ଜାପାନ, କାନାଡା ଭଳି ଆହୁରି ବହୁ ବିତ୍ତଶାଳୀ ଦେଶର ଶୀର୍ଷ ନେତା ନୂଆଦିଲ୍ଲୀ ଆସୁଥିବା ବେଳେ ସେମାନଙ୍କୁ ପାଇଁ ପ୍ରସ୍ତୁତ ରହିଛି ହୋଟେଲ ମେରିଡିଆନ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+