ଜି-୨୦ ସମ୍ମିଳନୀ : ୧୫ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସମ୍ମିଳନୀ ଅବସରରେ ୧୫ ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ କିଛି ରାଷ୍ଟ୍ରନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିବା ବେଳେ ଆଜି କିଛି ଜଣଙ୍କ ସହ ଓ ଆସନ୍ତାକାଲି କିଛି ଜଣଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନାଥ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି ।
ସେହିପରି ବ୍ରିଟେନ, ଜାପାନ, ଜର୍ମାନୀ ଏବଂ ଇଟାଲି ନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ ମୋଦୀ । ସେପ୍ଟେମ୍ବର ୧୦ ତାରିଖରେ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ଲଞ୍ଚ୍ ମିଟ୍ କରିବେ।
ଜଳ, ସ୍ଥଳ ଓ ଆକାଶ ସବୁଠି ରହିଛି ସୁରକ୍ଷାକର୍ମୀଙ୍କ କଡ଼ା ନଜର । ଟିକେ ବି ଯେମିତି ଅସୁବିଧା ହେବ ନାହିଁ । ସମ୍ମିଳନୀରେ ଯୋଗ ଦେବେ ୨୯ଟି ଦେଶର ରାଷ୍ଟ୍ରମୁଖ୍ୟ ଓ ବରିଷ୍ଠ ନେତା । ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ସମଗ୍ର ଦିଲ୍ଲୀ ନଗରୀକୁ ଆକର୍ଷଣୀୟ ଶୈଳୀରେ ସୁସଜ୍ଜିତ କରାଯାଇଛି । ବିଶେଷ କରି ଯେଉଁସବୁ ସ୍ଥାନକୁ ବିଦେଶୀ ଅତିଥିମାନେ ବହୁସଂଖ୍ୟାରେ ଯିବେ ସେହିସବୁ ସ୍ଥାନର ସାଜସଜା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ରାସ୍ତା ଗୁଡିକର ସୌନ୍ଦର୍ଯ୍ୟ କରଣ ପାଇଁ କେଉଁଠି ଲାଇଟ ଲାଗିଛି ତ ଆଉ କେଉଠି ଫୁଲ ଗଛ ତ ଆଉ କେଉଁଠି କଳାକାର ମାନଙ୍କ କଳାକୃତି ।
ଭାରତ ଆସୁଥିବ ଅତିଥିମାନଙ୍କୁ ସ୍ବାଗତ କରୁଛି ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା । ଓଡିଶାର ପାରମ୍ପରିକ କଳା ଓ ଭାସ୍କର୍ଯ୍ୟକୁ ଅତ୍ୟନ୍ତ ନିଖୁଣଭାବେ ପ୍ରଦର୍ଶିତ କରାଯାଉଛି । ୬ ଫୁଟର କୋଣାର୍କ ଚକ୍ରକୁ ଦିଲ୍ଲୀ ଗେଟରେ ପ୍ରଦର୍ଶିତ ହୋଇଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications