G20 Dinner: G20 Dinner: ଏହି କଂଗ୍ରେସ ନେତା ପାଇଲେ ରାତ୍ରୀ ଭୋଜନ ନିମନ୍ତ୍ରଣ, ଖଡଗେଙ୍କୁ ଗଲେ ଭୁଲି !
G20 Dinner Mallikarujn Kharge: କଂଗ୍ରେସ ମୁଖ୍ୟ ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଶନିବାର ଦିନ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ହେବା ପାଇଁ ଯାଉଥିବା ଜି -20 ରାତ୍ରୀ ଭୋଜନକୁ ନିମନ୍ତ୍ରଣ କରାଯାଇ ନାହିଁ। ଏନେଇ ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି ।
ସେହିପିର ଜି -20 ସମ୍ମିଳନୀ ରାତ୍ରୀ ଭୋଜନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଏଚଡି ଦେବ ଗୌଡାଙ୍କୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ବିହାର ସିଏମ ନୀତୀଶ କୁମାର ଏବଂ ଏମ.କେ ଷ୍ଟାଲିନଙ୍କ ଭଳି ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ଅନ୍ୟ କୌଣସି ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ସୂତ୍ରରୁ ପ୍ରକାଶ । ମଲ୍ଲିକାର୍ଜୁନ ଖଡଙ୍କୁ ଆମନ୍ତ୍ରଣ ନକରିବାରୁ କଂଗ୍ରେସ ନେତାମାନେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି । ମଲ୍ଲିକାର୍ଜୁନ ଖଡଗେ ଦେଶର ସର୍ବବୃହତ ବିରୋଧୀ ଦଳର ସଭାପତି ରହିବା ସତ୍ୱେ ତାଙ୍କୁ ନିମନ୍ତ୍ରଣ ମିଳି ନାହିଁ ।
ତେବେ ନୈଶ୍ୟ ଭୋଜନ ପାଇଁ ନିମନ୍ତ୍ରଣ ପତ୍ରରେ ପାରମ୍ପାରିକ 'ପ୍ରେସିଡେଣ୍ଟ ଅଫ୍ ଇଣ୍ତିଆ' ବଦଳରେ 'ପ୍ରେସିଡେଣ୍ଟ ଅଫ୍ ଭାରତ' ଲେଖାଯାଇଛି । ଯାହାକୁ ନେଇ ତୁମ୍ବି ତୁଫାନ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ରାତ୍ରୀ ଭୋଜନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚଡି ଦେବ ଗୌଡାଙ୍କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ହେଲେ ଉଭୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରି ନାହିଁ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରାତ୍ରୀ ଭୋଜନରେ ଯୋଗି ଦେବେ ବୋଲି ସ୍ପଷ୍ଟ କରିଛନ୍ତି ।
ସୂଚନାଥାଉ ଯେ, 9-10ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-20 ସମ୍ମିଳନୀରେ ଆମେରିକା, ବ୍ରିଟେନ୍, କାନାଡା ଏବଂ ୟୁରୋପୀୟ ୟୁନିଅନ୍ ସମେତ ବିଭିନ୍ନ ଦେଶର ବରିଷ୍ଠ ନେତାମାନେ ଯୋଗଦେବେ । ଆଜି ବିଶ୍ୱର ଶୀର୍ଷ ନେତାମାନେ ନୂଆଦିଲ୍ଲୀରେ ପହଞ୍ଚିବେ । ସମସ୍ତଙ୍କୁ ରାଜକୀୟ ଢଙ୍ଗରେ ସ୍ୱାଗତ କରାଯିବ । ପ୍ରଗତି ମଇଦାନରେ ନୂଆ କରି ଉଦଘାଟନ କରାଯାଇଥିବା ଭାରତ ମଣ୍ତପଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଯାହାକୁ ନେଇ ସବୁଠି ପ୍ରଶ୍ନ ଉଠୁଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications