ଭବିଷ୍ୟତରେ ଜ୍ଞାନ ଓ ନବସୃଜନର ଯୁଗ ହେବ: ପ୍ରଧାନମନ୍ତ୍ରୀ
ଭବିଷ୍ୟତରେ ଜ୍ଞାନ ଓ ନବସୃଜନର ଯୁଗ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଆଭାସୀ ଜରିଆରେ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ-୨୦୨୪ର ଗ୍ରାଣ୍ଡ ଫିନାଲେରେ ଯୁବ ସୃଜନକାରୀମାନଙ୍କ ସହ ମତବିନିମୟ କରି କହିଛନ୍ତି, ଆଜିର ଭାରତ ସମସ୍ତଙ୍କ ପ୍ରୟାସ ଦ୍ୱାରା ହିଁ ଦ୍ରୁତ ଗତିରେ ଅଗ୍ରସର ହୋଇପାରିବ । ଯୁବଶକ୍ତି, ପ୍ରଯୁକ୍ତିବିଦ୍ୟା, ନବସୃଜନ ଦେଶର ମୂଳଦୁଆ । ଯୁବମାନଙ୍କର ଭିଜନ ସରକାରଙ୍କ ମିଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶ୍ରୀ ମୋଦି କହିଛନ୍ତି, ପୂର୍ବରୁ ଆୟୋଜିତ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନରେ ଉପସ୍ଥାପିତ ସମାଧାନର ପନ୍ଥାଗୁଡ଼ିକୁ ବର୍ତ୍ତମାନ
ବିଭିନ୍ନ କ୍ଷେତ୍ରରେ ଉପଯୋଗ କରାଯାଉଛି । ଆସନ୍ତା ମାସରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍ ଅନୁଷ୍ଠତ ହେବ । ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯୁବକମାନେ ଆସନ୍ତା ଜାନୁୟାରୀ ୧୧ ଓ ୧୨ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୟଙ୍ଗ ଲିଡ଼ର୍ସ ଡାଏଲଗ୍ରେ ଭାଗ ନେବାର ସୁଯୋଗ ପାଇବେ ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି । ସ୍ମାର୍ଟ ଇଣ୍ଡିଆ ହାକାଥନ୍ର ସପ୍ତମ ସଂସ୍କରଣକୁ ଆଜି ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ । ଦେଶର ୫୧ଟି ନୋଡାଲ ସେଣ୍ଟରରେ ଅନୁଷ୍ଠିତ ସ୍ମାର୍ଟ ଇଣ୍ଡିଆ ହାକାଥନ ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ମଞ୍ଚ ପ୍ରଦାନ କରିଛି ।












Click it and Unblock the Notifications