ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି,ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ ବୋଲି ଧରାଯିବ

ଭାରତ-ପାକିସ୍ତାନ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନରେ ପଡିଲା ପୂର୍ଣ୍ଣଚ୍ଛେଦ। ଲାଗୁ ହେଲା ଅସ୍ତ୍ରବିରତି। ଏ ସମ୍ପର୍କରେ ବୈଦେଶିକ ସଚିବ ବିକ୍ରିମ ମିସ୍ରି କରିଛନ୍ତି ବଡ଼ ଘୋଷଣା। ସନ୍ଧ୍ୟା ୫ଟାରୁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତୀ ନିୟମ ଲାଗୁ କରାଯାଇଛି। ଏହା ସହ ଦୁଇ ଦେଶ ବଡ଼ ଧରଣର ଯୁଦ୍ଧ ନେଇ କରାଯାଉଥିବା ଆଶଙ୍କାଏକ ପ୍ରକାର ଦୂର ହୋଇଛି।

ଆତଙ୍କବାଦ ବିରୋଧରେ ଭାରତ ଶନିବାର ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁସାରେ ଭବିଷ୍ୟତରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାନକୁ ଦେଶ ବିରୋଧରେ ଯୁଦ୍ଧ କାର୍ଯ୍ୟାନୁଷ୍ଠାନ ମନେ କରାଯିବ ଓ ଜବାବ ମଧ୍ୟ ସେହି ଅନୁସାରେ ଦିଆଯିବ ବୋଲି କୁହାଯାଇଛି। ଗତ ୩ ଦିନ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ଭଳି ପରିସ୍ଥିତି ଆଜି ପ୍ରସମିତ ହୋଇଛି। ଆମେରିକା ମଧ୍ୟସ୍ଥତାରେ ଭାରତ ନିଜ ସର୍ତ୍ତରେ ଯୁଦ୍ଧବିରତୀ ପାଇଁ ରାଜି ହୋଇଛି। ସେହି ଅନୁସାରେ ପାକିସ୍ତାନ ମଧ୍ୟ ପଛକୁ ହଟିଛି।

army

ଏହା ପୂର୍ବରୁ ଭାରତ ପୂର୍ବାହ୍ନରେ କହିଥିଲା ଯେ ପାକିସ୍ତାନ ଲଗାତାର ଆମ ଉପରେ ଆକ୍ରମଣ ଜାରି ରଖିଛି। ଭାରତ ପକ୍ଷରୁ ପଶ୍ଚିମ ସୀମାରେ ଡ୍ରୋନ, ଦୂରଗାମୀ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନ ଦ୍ୱାରା ପାକିସ୍ତାନର ଉସକାଇବା ଭଳି କାର୍ଯ୍ୟାନୁଷ୍ଠାନକୁ ବିଫଳ କରାଯାଇଛି। ଭାରତ ଏହା ମଧ୍ୟ କହିଥିଲା ଯେ ପାକିସ୍ତାନ ତା ସୈନିକଙ୍କୁ ସୀମାବର୍ତ୍ତି ଅଞ୍ଚଳରେ ମୁତୟନ କରୁଛି, ଯାହା ପରିସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ ଓ ତାର ଆକ୍ରମକ ଉଦ୍ଦେଶ୍ୟକୁ ପ୍ରଦର୍ଶିତ କରୁଛି ବୋଲି କୁହାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+