Get Updates
Get notified of breaking news, exclusive insights, and must-see stories!

'ଯୁବ ଅଧିକାରୀଙ୍କ ନେତୃତ୍ୱାଧୀନ ପୁଲିସ୍‍ ବାହିନୀ ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ'

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଯୁବ ଅଧିକାରୀଙ୍କ ନେତୃତ୍ୱାଧୀନ ପୁଲିସ୍‍ ବାହିନୀ ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ନୂଆଦିଲ୍ଲୀରେ ୨୦୨୪ ବ୍ୟାଚ୍‍ର ଭାରତୀୟ ପୁଲିସ୍‍ ସେବା ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ଏହା କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି, କ୍ଷମତା ସହିତ ଉତ୍ତରଦାୟିତ୍ୱ ଆସେ ବୋଲି ଯୁବ ଅଧିକାରୀ ମନେ ରଖିବା ଉଚିତ୍‍ । ନୈତିକ ଚିନ୍ତାଧାରା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମୟରେ ନ୍ୟାୟ ଏବଂ ନିରପେକ୍ଷ ପଥ ଅନୁସରଣ କରିବାକୁ ରାଷ୍ଟ୍ରପତି ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି ।

droupadi murmu

କ୍ଷମତା ସମ୍ପନ୍ନ ଅଧିକାରୀ ହୋଇ ମଧ୍ୟ ନିଜର କରୁଣାପୂର୍ଣ୍ଣ ଭାବନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି । ପ୍ରଯୁକ୍ତିବିଦ୍ୟା, ପୁଲିସ୍‍ ବ୍ୟବସ୍ଥାରେ ଯଥେଷ୍ଟ ପରିବର୍ତ୍ତନ ଆଣିଛି ବୋଲି ରାଷ୍ଟ୍ରପତି କହିବା ସହ ଡିଜିଟାଲ୍‍ ଠକେଇ ବର୍ତ୍ତମାନ ସମୟର ଏକ ବଡ଼ ବିପଦ ବୋଲି ଚେତାଇ ଦେଇଛନ୍ତି । କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ମାଧ୍ୟମରେ ନାଗରୀକଙ୍କୁ ନ୍ୟାୟ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଷ୍ଟ୍ରପତି ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+